ଟେଣ୍ଟ ହାଉସ୍‌ ଶ୍ରମିକ  ମାଲିକର ୫ବର୍ଷିୟ ଶିଶୁକନ୍ୟା ସହ ଦୁଷ୍କର୍ମ କଲା, ହତ୍ୟାକରି ଘରେ ଲୁଚାଇଥିଲା

ପଲବଲ(ହରିୟାଣା) : ନାବାଳିକା ଦୁଷ୍କର୍ମ ଘଟଣା ଥମିବାର ନାଁ ଧରୁନାହିଁ। ଜଣେ ବିବାହିତ ବ୍ୟକ୍ତି ଜଣେ ୫ବର୍ଷିୟ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ କରିବା ସହ ଧରା ପଡ଼ିଯିବା ଡ଼ରରେ ଶିଶୁକନ୍ୟାକୁ ହତ୍ୟା କରିଥିଲା । ମୃତଦେହକୁ କେଉଁଠି ଲୁଚାଇବ ନ ଜାଣି ପାରି ଅଭିଯୁକ୍ତ ଜଣଙ୍କ ନିଜ ଘରେ ଥିବା ଅଟା ଡ଼ବାରେ ଲୁଚାଇଥିଲା ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଝିଅ ଘରକୁ ନ ଆସିବାରୁ ଚାରିଆଡ଼େ ଖୋଜାଖୋଜି କରିବା ପରେ ସ୍କୁଲରେ ଲାଗିଥିବା ସିସିଟିଭିରୁ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ ପରିବାର ଲୋକେ । ଚିହ୍ନଟ ପରେ ଅଭିଯୁକ୍ତ ଘରେ ପହଞ୍ଚି ଖୋଜିବା ପରେ ଘରେ ଥିବା ଅଟା ଡ଼ବାରୁ ଝିଅର ମୃତଦେହ ଉଦ୍ଧାର କରିଥିଲେ ପରିବାର ଲୋକେ । ଏ ନେଇ ଏତଲା ଦିଆଯିବା ପରେ ଅଭିଯୁକ୍ତ, ତାଙ୍କ ମା’ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ ।

India.com

ସୂଚନା ମୁତାବକ, ଅଭିଯୁକ୍ତ ଭୋଲୁ ଶିଶୁକନ୍ୟାର ବାପାଙ୍କ ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରୁଥିଲୋ । ଗୁରୁବାର ଦିନ ପୀଡ଼ିତା ନିଜ ବାପାଙ୍କ ପାଇଁ ଖାଇବା ନେଇ ଯାଇଥିବା ବେଳେ ଖାଇବା ଦେଇ ଘରକୁ ଫେରି ନ ଥିଲେ । ଝିଅ ପଡ଼ୋଶୀ ଘରେ ଖେଳୁଥିବ ଭାବି ପରିବାର ଲୋକେ ଦିନ ସମୟରେ ଖୋଜି ନ ଥିଲେ । କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜିବା ଆରମ୍ଭ କରିଥିଲେ । ଚାରି ଆଡ଼େ ଖୋଜି ନ ପାଇବାରୁ ଟେଣ୍ଟ ହାଉସ୍‌ ପାଖରେ ଥିବା ଏକ ସ୍କୁଲର ସିସିଟିଭି  ଚେକ୍‌ କରାଯାଇଥିଲା । ସେଥିରେ ଅଭିଯୁକ୍ତ ଜଣଙ୍କ ଶିଶୁକନ୍ୟାକୁ ନେଇ ଯାଉଥିବାର ଦେଖା ଯାଇଥିଲା । ଅଭିଯୁକ୍ତଙ୍କ ଚିହ୍ନଟ କରି ତାଙ୍କ ଘରେ ପହଁଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର