ବାପାଠାରୁ ପ୍ରତିଶୋଧ ନେବା ପାଇଁ ୮ବର୍ଷର ଝିଅ ସହ ଦୁଷ୍କର୍ମ କରି ଗଳାକାଟି ହତ୍ୟା କଲା ଯୁବକ

ଲଖିମ୍‌ପୁର-ଖେରୀ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ଲଖିମ୍‌ପୁର-ଖେରୀ ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ବାପ ଉପରେ ଥିବା ରାଗକୁ ସୁଝାଇବା ପାଇଁ ଏକ ୮ବର୍ଷର ଶିଶୁ ସହ ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କରାଯାଇଛି । ପ୍ରାୟ ବର୍ଷେ ପୂର୍ବରୁ ପୀଡ଼ିତାଙ୍କ ବାପା ଅଭିଯୁକ୍ତକୁ ଏକ ଜମି କିଣିବା ପରେ ପୂରା ଟଙ୍କା ଦେଇ ନଥିବାରୁ ସେ ରାଗରେ ଏପରି କରିଥିବା ଜଣାପଡ଼ିଛି । ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ଏପରି କରିଥିବା ବେଳେ ମୃତଦେହକୁ ଉଦ୍ଧାର ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

Dailyhunt

ସୂଚନା ମୁତାବକ, ଶନିବାର ପୀଡ଼ିତା ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ଛୋଟେଲାଲ ଆସି ତାଙ୍କୁ ଅପହରଣ କରି ନେଇଥିଲେ । ଗାଁରେ ଥିବା ଆଖୁ କ୍ଷେତକୁ ନେଇ ଛୋଟେଲାଲ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ଗଳା କାଟି ହତ୍ୟା କରିଥିଲା । ଅନ୍ୟ ପକ୍ଷରେ ଝିଅକୁ ଘରେ ନ ପାଇ ଚାରିଆଡ଼େ ଖୋଜାଖୋଜି କରିବା ପରେ ଘରଠାରୁ ୬କି.ମି ଦୂରରେ ଝିଅ ମୃତଦେହ ପଡ଼ିଥିବାର ଦେଖିଲେ ପରିବାର ଲୋକେ । ଆଗରୁ ଛୋଟେଲାଲ ଏପରି କିଛି କରିବ ବୋଲି ଧମକ ଦେଇଥିବାରୁ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଛୋଟେଲାଲଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ପାଇ ପୁଲିସ ଛୋଟେଲାଲଙ୍କୁ ବସ୍‌ଷ୍ଟାଣ୍ଡରୁ ଗିରଫ କରିଥିଲା । ଗିରଫ ପରେ ସବୁ ସତ ମାନିଥିଲା ଛୋଟେଲାଲ ।

ସମ୍ବନ୍ଧିତ ଖବର