ଅଭିଯୋଗ ରଖିଲାନି ସ୍ଥାନୀୟ ପୁଲିସ, ଗଣଦୁଷ୍କର୍ମର ଅଭିଯୋଗ କରିବା ପାଇଁ ୭୫ କିଲୋମିଟର ଗଲେ ପୀଡ଼ିତା

ମୁରୈନା(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ମୁରୈନାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଏଠାରେ ଜଣେ ୧୬ବର୍ଷିୟ ନାବାଳିକା ସହ ଗଣଦୁଷ୍କର୍ମର ହୋଇଥିବା ବେଳେ ଏହି ଘଟଣାର ଅଭିଯୋଗ କରିବା ପାଇଁ ପୀଡ଼ିତା ୭୫ କିଲୋମିଟର ଯିବା ଘଟଣା ଏବେ ପୁଲିସର ଦାୟିତ୍ୱବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି । ସୂଚନା ମୁତାବକ, ଗତ ରବିବାର ରାତିରେ ପୀଡ଼ିତା ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ୪ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତା ବେହୋସ ହୋଇଯିବା ପରେ ୪ ଜଣ ଅଭିଯୁକ୍ତ ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିଲେ । ହୋସ ଆସିବା ପରେ ପୀଡ଼ିତା ନିଜ ଘରକୁ ଯାଇ ସବୁ ଘଟଣା ଜଣାଇବା ପରେ ସୋମବାର ଦିନ ଅଭିଯୋଗ କରିବାକୁ  ତାଙ୍କ ବାପାଙ୍କ ସହ ନାଗରା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ତାଙ୍କ ଅଭିଯୋଗକୁ ରଖା ଯାଇ ନଥିଲା । ଏଥି ପାଇଁ ତାଙ୍କୁ ୭୫କିଲୋମିଟର ଦୂର ଅନ୍ୟ ଏକ ଥାନାକୁ ଯାଇ ଗଣଦୁଷ୍କର୍ମର ଅଭିଯୋଗ କରିବାକୁ ପଡ଼ିଥିଲା ।

Mumbai Live

ଏହା ପଛର କାରଣ ପଚରାଯିବା ପରେ,ଆଇନ୍‌ ଅନୁଯାୟୀ ଦୁଷ୍କର୍ମ ମାମଲା କେବଳ ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ରେଜିଷ୍ଟର କରାଯାଇ ପାରିବ । କିନ୍ତୁ ଆମ ପୁଲିସ ଷ୍ଟେସନ ଏବଂ ଆଖପାଖରେ ଥିବା ପୁଲିସ ଷ୍ଟେସନରେ କେହି ବି ମହିଳା ପୁଲିସ କର୍ମଚାରୀ ନାହାନ୍ତି । ଏହା ସହ ଏହି ଅଞ୍ଚଳରେ ଥିବା କୌଣସି ବି ଡ଼ାକ୍ତରଖାନାରେ ମହିଳା ଡ଼ାକ୍ତର ମଧ୍ୟ ନାହାନ୍ତି । ଯାହା ପାଇଁ ପୀଡ଼ିତାଙ୍କୁ ମୁରୈନା ଜିଲ୍ଲା ଡ଼ାକ୍ତରଖାନାକୁ ପଠାଯାଇଥିଲା ବୋଲି ନାଗରା ପୁଲିସ ଷ୍ଟେସନର ଇନ୍‌ଚାର୍ଜ ଶିବପ୍ରସାଦ ସିଂ କହିଥିଲେ । ଅନ୍ୟ ପକ୍ଷରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର