ଦୁଷ୍କର୍ମ ପୀଡ଼ିତାଙ୍କୁ ବୟାନ ଦେବାକୁ ରୋକିଲେ, ନ ମାନିବାରୁ ପିଆଇଲେ ବିଷ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକାରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଜୋର ଜବରଦସ୍ତ ବିଷ ଦେଇ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାରେ । ଘଟଣାଟି ଗୁରୁବାର ଘଟିଥିବା ବେଳେ ପୀଡ଼ିତା ଟିଉସନ୍‌ ସାରି ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି ।

ପୀଡ଼ିତା ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ସେ ଟିଉସନ୍‌ ସାରି ଘରକୁ ଫେରୁଥିବା ବେଳେ ୨ଜଣ ଯୁବକ ବାଇକ୍‌ରେ ଆସି ଦୁଷ୍କର୍ମ କରିଥିବା ଯୁବକଙ୍କ ବିରୋଧରେ ବୟାନ ନ ଦେବା ପାଇଁ କହିଥିଲେ । କିନ୍ତୁ ପୀଡ଼ିତା ମନା କରି ଦେବାରୁ ଦୁଇ ଯୁବକ ପୀଡ଼ିତାଙ୍କ ବିଷ ପିଆଇ ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ ।

ପରେ ଯୁବତୀ ବେହୋସ ହେଉଥିବା ଜାଣି ତୁରନ୍ତ ଅଟୋ ନେଇ ଦିନ୍‌ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଥିଲେ । ଅବସ୍ଥାରେ ସୁଧାର ଆସିବା ପରେ ଶୁକ୍ରବାର ସକାଳୁ ପୁଲିସକୁ ସବୁ କଥା ଜଣାଇଥିଲେ ପୀଡ଼ିତା । ପୁଲିସ ଅଭିଯୋଗ ପାଇ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର