ଲୋକ ଲଜ୍ଜା କାଳ ହେଲା: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଘରେ ଲୁଚାଇ ରଖି ଚିକିତ୍ସା ବେଳେ ମୃତ୍ୟୁ

ଚଣ୍ଡୀଗଡ଼ : ଅକ୍ଟୋବର ୨୫ରେ ଦୁଷ୍କର୍ମର ଶିକାର ହୋଇଥିବା ପଞ୍ଜାବର ଜଣେ ୧୭ ବର୍ଷୀୟ ଯୁବତୀ ରବିବାର ମୁୃତ୍ୟ ବରଣ କରିଛନ୍ତି । ସମାଜିକଲଜ୍ଜାକୁ ଡ଼ରି ପୀଡ଼ିତାଙ୍କ ଘର ଲୋକେ ଏ ନେଇ ଥାନାରେ ଏତଲା ଦେଇ ନ ଥିବା ବେଳେ ଘରେ ରଖି ତାଙ୍କର ଚିକିତ୍ସା କରାଇଥିଲେ । ଫଳରେ ଅଧିକ ରକ୍ତ ପ୍ରବାହ ହେତୁ ଯୁବତୀ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଯୁବତୀ ଜଣକ ଆଞ୍ଚଳିକ ସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ ବୋଲି ଜଣା ପଡ଼ିଛି । ସ୍କୁଲକୁ ଯାଉଥିବା ସମୟରେ କିଛି ଯୁବକ ତାଙ୍କୁ ଅପହରଣ କରି ନେଇ ତାଙ୍କ ସହ ଦୁଷ୍କର୍ମ କରିବା ସହ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏହା ପରେ ତାଙ୍କ ଘର ଲୋକ ତାଙ୍କୁ ସେଠୁ ଉଦ୍ଧାର କରିବା ପରେ ହସ୍ପିଟାଲ ନ ନେଇ ଘରେ ଚିକିତ୍ସା କରାଇଥିଲେ । ଏ ନେଇ ତାଙ୍କ ଘର ଲୋକ ପୁଲିସରେ ଏତଲା ଦେଇ ନଥିବା ବେଳେ ସେହି ଗ୍ରାମର ଜଣେ ବାସିନ୍ଦା ଏ ସଂପର୍କରେ ପୁଲିସକୁ ଜଣାଇଥିଲେ ।

ଏ ବିଷୟରେ ଶୁଣି ଆମେ ସେଠାରେ ପହଞ୍ଚିବା ପୂର୍ବରୁ ଯୁବତୀ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଯୁବତୀ ଜଣଙ୍କର ସଙ୍ଗେସଙ୍ଗେ ଚିକିତ୍ସା କରାଯାଇଥିଲେ ହୁଏତ ସେ ବଞ୍ଚିପାରିଥାନ୍ତେ । ଘଟଣା ବିଷୟରେ ଜଣା ପଡ଼ିନଥିବାରୁ ଦୁଷ୍କର୍ମ କରିଥିବା ୩ଜଣ ପିଲାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ତିନି ଜଣଙ୍କ ମଧ୍ୟରୁ ଜଣେ ଯୁବତୀ ଜଣଙ୍କର ସହପାଠୀ ବୋଲି ତାଙ୍କ ମା’ ଚିହ୍ନଟ କରିଥିବା ବେଳେ ଅନ୍ୟ ଦୁଇ ଜଣ ମଧ୍ୟ ତାଙ୍କର ସହପାଠୀ ହୋଇ ଥାଇପାରନ୍ତି ବୋଲି ଆମେ ସନ୍ଦେହ କରୁଛୁ ବୋଲି ଜଲାଲାବାଦ୍‌ର ଡ଼ିଏସ୍‌ପି ଅମର୍‌ଜିତ୍‌ ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର