ସାବତ ବାପାର ପାପ : ୧୨ବର୍ଷ ବୟସରେ ମା’ ବନିଲେ ନାବାଳିକା

ଚଣ୍ଡିଗଡ଼ : ସୋମବାର ଚଣ୍ଡିଗଡ଼ର ଏକ ସରକାରୀ ଡ଼ାକ୍ତରଖାନାରେ ଜଣେ ୧୨ବର୍ଷୀୟ ପୀଡ଼ିତା ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସାବତ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଏତେ କମ ବୟସରେ ପ୍ରସବ ହେବାରୁ ପୀଡ଼ିତାଙ୍କ ଅବସ୍ତା ଗୁରୁତର ଥିବା କହିଛନ୍ତି ଡ଼ାକ୍ତର । ଡ଼ାକ୍ତରଖାନା ଅଣାଯିବା ପରେ ପୀଡ଼ିତାଙ୍କ ଅବସ୍ତା ଦେଖି ସାଧାରଣ ପ୍ରସବ ନ କରାଇ ଡ଼ାକ୍ତର ଅସ୍ତ୍ରୋପଚାର କରି ପ୍ରସବ କରାଇଥିଲେ । ଯାହାଦ୍ୱାରା ତାଙ୍କ ଅବସ୍ତା ସମୟ ସହ ଖରାପ ହେବାରେ ଲାଗିଛି ।

theweek.in

ସୂଚନା ମୁତାବକ, ଜାନୁଆରୀ ମାସରେ ସ୍କୁଲ ଶିକ୍ଷୟତ୍ରୀ ପୀଡ଼ିତାଙ୍କ ପେଟ ବଢ଼ୁଥିବା ଦେଖି ତାଙ୍କ ମା’ଙ୍କୁ ସଂପର୍କ କରିଥିଲେ । ଖବର ପାଇ ପୀଡ଼ିତାଙ୍କୁ ତାଙ୍କ ମା’ ଡ଼ାକ୍ତରଖାନା ନେବା ପରେ ସେ ଗର୍ଭବତୀ ଥିବା କହିଥିଲେ ଡ଼ାକ୍ତର । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ, ପୀଡ଼ିତାଙ୍କ ସାବତ ବାପାର ଅସଲ ଚେହେରା ସାମ୍ନାକୁ ଆସି ଯାଇଥିଲା । ଅଭିଯୁକ୍ତ ମଦ ପିଇ ବିଭିନ୍ନ ସମୟରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରୁଥିଲେ । ପୀଡ଼ିତାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ତାଙ୍କ ମା’ ଅଭିଯୁକ୍ତକୁ ବିବାହ କରିଥିଲେ । ଯାହା ପରେ ଅଭିଯୁକ୍ତର ନଜର ପୀଡ଼ିତାଙ୍କ ଉପରେ ପଡ଼ିଥିଲା । ତାଙ୍କ ମା’ ଘରେ ନଥିବା ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରୁଥିଲେ । ସବୁ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ହେବା ପରେ ଅଭିଯୁକ୍ତ ନିଜର ଦୋଷ ମାନି ନେଇଥିଲେ । ଅଭିଯୁକ୍ତ ଜେଲ୍‌ ଯିବା ପରେ ପୀଡ଼ିତାଙ୍କୁ ପ୍ରସବ ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରସବ ପରେ ଏବେ ତାଙ୍କ ଅବସ୍ତା ଖରାପ ହେବାରେ ଲାଗିଛି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର