ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ, ୨ ଥର କରାଇଥିଲା ଗର୍ଭପାତ

ମୁମ୍ବାଇ : ମୁମ୍ବାଇରେ ରହୁଥିବା ଜଣେ ୨୬ବର୍ଷୀୟ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରୁଥିବାରୁ ପୁଲିସ ଅଭିଯୁକ୍ତ ବିରୋଧରେ ଏତଲା ରୁଜୁ କରିଛି । ୨୦୧୪-୨୦୧୯ ମଧ୍ୟରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଅନେକ ଥର ଶାରୀରିକ ସଂପର୍କ ରଖିଥିବା ବେଳେ ୨ଥର ଗର୍ଭପାତ କରାଇଥିବା ପୁଲିସ ଆଗରେ କହିଛନ୍ତି ପୀଡ଼ିତା । ମାମଲା ସାମ୍ନାକୁ ଆସିବା ପରେ ପୁଲିସ ପୀଡ଼ିତାଙ୍କୁ ଧମକାଇବା ଅଭିଯୋଗରେ ଅଭିଯୁକ୍ତଙ୍କ ବାପାଙ୍କୁ ଗିରଫ କରିବା ସହ ଅଭିଯୁକ୍ତ ଖୋଜିବା ଆରମ୍ଭ କରିଛି ।

ମୁମ୍ବାଇର ଭିଲେ ପାର୍ଲେ ପୁଲିସ ଦେଇଥିବା ସୂଚନା ମୁତାବକ, ୨୦୧୨ ମସିହାରେ ପୀଡ଼ିତା ଫେସ୍‌ବୁକ୍‌ ଜରିଆରେ ଅଭିଯୁକ୍ତ ସହ ସଂପର୍କରେ ଆସିବା ସହ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା । ଏହା ପରେ ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ମୁମ୍ବାଇର ଏକ ହୋଟେଲରେ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । କିଛି ଦିନ ପରେ ପୀଡ଼ିତା ଅଭିଯୁକ୍ତଙ୍କୁ ବିବାହ ପାଇଁ ଘରେ କହିବା ପାଇଁ କହିଥିଲେ । କିନ୍ତୁ ଅଭିଯୁକ୍ତ ବିଳମ୍ବ କରି ଚାଲିଥିଲେ । ଏହା ଦେଖି ପୀଡ଼ିତା ଆତ୍ମହତ୍ୟାର ଧମକ ଦେବା ପରେ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ଉପସ୍ଥିତିରେ ନିର୍ବନ୍ଧ କରି ନେଇଥିଲେ । କିନ୍ତୁ ନିର୍ବନ୍ଧରେ ଅଭିଯୁକ୍ତଙ୍କ ପରିବାର ଲୋକେ ସାମିଲ ହୋଇ ନଥିଲେ । ନିର୍ବନ୍ଧ ପରେ ଶାରୀରିକ ସଂପର୍କ ରଖୁଥିଲେ ମଧ୍ୟ ବିବାହ ପାଇଁ ସମୟ ଗଡ଼ାଇ ଚାଲିଥିଲା ଅଭିଯୁକ୍ତ ।

OTV

ଏ ମଧ୍ୟରେ ୨୦୧୫ ଏବଂ ୨୦୧୭ରେ ଦୁଇ ଥର ପୀଡ଼ିତାଙ୍କ ଗର୍ଭପାତ କରା ଯାଇଥିଲେ ମଧ୍ୟ ବିବାହ ପାଇଁ ଅଭିଯୁକ୍ତ ଚିନ୍ତା କରୁ ନଥିଲା । ୨୦୧୯ରେ ମୋର ବଡ଼ ଭଉଣୀ ବିବାହ ପରେ ବିବାହ କରିବି ଏବଂ ତୁମର ଛୋଟ ଜାତି ପାଇଁ ଆମ ଘରେ ବିବାହ ପାଇଁ ରାଜି ହେଉ ନଥିବା କହିଥିଲେ ଅଭିଯୁକ୍ତ । ଯାହା ପରେ ପୀଡ଼ିତା ଫେବୃଆରୀରେ ଅଭିଯୁକ୍ତର ଘରକୁ ଯାଇ ପୂରା ଘଟଣା ଜଣାଇଥିଲେ । ସମାଧାନ କରିବା ପରିବର୍ତ୍ତେ ସେମାନେ ପୀଡ଼ିତାଙ୍କୁ ଗାଳି ଦେବା ସହ ଧମକାଇଥିଲେ । ଏତେ ସବୁ ହେବା ପରେ ଶେଷରେ ପୀଡ଼ିତା ପୁଲିସରେ ଆସି ଅଭିଯୋଗ କରିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର