ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ରାଷ୍ଟ୍ରପତି ଭବନର କର୍ମଚାରୀ, ତଦନ୍ତ ଆରମ୍ଭ କଲା ପୁଲିସ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏବେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ରାଷ୍ଟ୍ରପତି ଭବନର କର୍ମଚାରୀଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିବା ବେଳେ ପରେ ବିବାହ କରିବାକୁ ମନା କରି ଦେଇଥିଲେ । ଯାହା ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ରାଷ୍ଟ୍ରପତି ଭବନର ଷ୍ଟାଫ୍‌ କ୍ୱଟରକୁ ନେଇ ଦୁଷ୍କର୍ମ କରିଥିଲେ ବୋଲି ପୁଲିସରେ ଅଭିଯୋଗ କରିଛନ୍ତି ପୀଡ଼ିତା ।

TheJournal.ie

ଅନ୍ୟ ପକ୍ଷରେ ଡିସିପି ମଧୁର ବର୍ମା ପୀଡ଼ିତାଙ୍କ ଅଭିଯୋଗ ମିଛ ବୋଲି କହି, ପୀଡ଼ିତା ଅନେକ ଥର କାଲି ବରୀରେ ରହୁଥିବା ଅଭିଯୁକ୍ତ ଘରକୁ ଯିବା ଆସିବା କରନ୍ତି ବୋଲି କହିଛନ୍ତିି । ତେବେ ଅଭିଯୋଗ ନେଇ କୌଣସି ସ୍ପଷ୍ଟିକରଣ ମିଳି ନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ପୁଲିସ ଗିରଫ କରିବ ବୋଲି ସୂଚନା ଦେଇଛି ।

ସମ୍ବନ୍ଧିତ ଖବର