ବିବାହ କରିବା ପାଇଁ କନ୍ୟା ଘରେ ପହଞ୍ଚି ସାରିଥିଲା ବର, କିନ୍ତୁ କନ୍ୟା ଘରର ଏଭଳି କାମ ପରେ ବିବାହ ବେଦୀ ପାଲଟିଲା ରଣଭୂମୀ

ରତଲାମ୍‌(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶରେ ଥିବା ରତ୍‌ଲାମ୍‌ରେ ଏକ ବିବାହ ଉତ୍ସବରେ ବିବାହ ହେବା ପରିବର୍ତ୍ତେ ପରିସ୍ଥିତି ରଣଭୂମୀ ପାଲଟିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସବୁ କିଛି ଠିକ୍‌ ଥିବା ବେଳେ ହଠାତ୍‌ ଏଭଳି ଘଟିବା ଖବର ଚାରି ଆଡ଼େ ପ୍ରଚାର ହୋଇଥିଲା । ବର ଆସି କନ୍ୟା ଘରେ ପହଞ୍ଚିବା ପରେ ହଠାତ୍‌ ଦୁଇ ପକ୍ଷ ମଧ୍ୟରେ ଝଗଡ଼ା ହେବା ସହ ଛୁରାମାଡ଼ ହୋଇଥିଲା । ଯାହା ଫଳରେ କନ୍ୟା ପକ୍ଷରୁ ଦୁଇ ଜଣ ଏବଂ ବର ପକ୍ଷରୁ ଜଣେ ଯୁବକ ଆହତ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ମିଳିଛି ।

Dainik Bhaskar

ସୂଚନା ମୁତାବକ, ଆନନ୍ଦ କଲୋନିରେ ରହୁଥିବା ମଜଦୁର ପରିବାରର ଦୁଇ ଝିଅ ଥିଲେ । ବଡ଼ ଝିଅର ବିବାହ ଇନ୍ଦୋର ନିବାସୀ ଆଦିଲ ଶେଖ୍‌ଙ୍କ ସହ ସ୍ଥିିର କରାଯାଇଥିଲା । ବିବାହ ସ୍ଥିର ହେବା ପରେ ବର ବିବାହ ଦିନ ହୋଟେଲରେ ରହିବା ସହ ଅନେକ ଛୋଟ ବଡ଼ ଦାବି କରିଥିଲେ । ଯାହାକୁ ପୂରା କରିବାର ପ୍ରତିଶୃତି କନ୍ୟା ପକ୍ଷ ଦେଇଥିଲେ । କିନ୍ତୁ ବିବାହ ଦିନ କନ୍ୟା ପକ୍ଷ ହୋଟେଲରେ ବରକୁ ନ ରଖି ନିଜ ସଂପର୍କୀୟଙ୍କ ଘରେ ବସାଇଥିଲେ । ଯାହା ପାଇଁ ଝଗଡ଼ା ଆରମ୍ଭ ହୋଇଥିଲା । ବରର ସାନ ଭାଇ ଜଫର ଛୁରି ବାହାର କରି ଆକ୍ରମଣ କରିବା ଆରମ୍ଭ କରିଥିଲା । ଯାହା ପରେ କନ୍ୟା ପକ୍ଷର ଦୁଇ ଜଣ ଏବଂ ବର ପକ୍ଷରୁ ଜଣେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏ ସଂପର୍କରେ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଘଟଣାର ସମାଧାନ କରିବାରେ ଲାଗି ପଡ଼ିଛି । ତେବେ ଏ ଘଟଣା ପରେ ବିବାହ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର