ଚକଲେଟ୍‌ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଚନ୍ଦକା ଜଙ୍ଗଲରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହିଳା ଥାନା ପୁଲିସ ନୂଆପଲ୍ଲୀ ସହିଦ ଲକ୍ଷ୍ମଣ ନାୟକ ବେହେରାସାହି ବସ୍ତିର ଭାଗିରଥୀ ବେହେରା(୬୦) ନାମକ ଜଣେ ବୃଦ୍ଧକୁ ଗିରଫ କରିଛି। ଗୁରୁବାର ଦିନ ନାବାଳିକାଙ୍କ ଘରେ କେହି ନଥିବାବେଳେ ଭାଗୀରଥି ନାବାଳିକାଙ୍କୁ ଚକୋଲେଟ୍‌ ଦେବ କହି ବାହାରକୁ ଡାକିନେଇଥିଲା। କିଛି ଦୂରରେ ଥିବା ଏକ ଦୋକାନକୁ ନେଇ ଭାଗୀରଥି ନାବାଳିକାଙ୍କୁ ଚକୋଲେଟ୍‌ କିଣି ଦେଇଥିଲା ଏବଂ ବୁଲିବାକୁ ଯିବା କହି ନାବାଳିକାଙ୍କୁ ଚନ୍ଦକା ଜଙ୍ଗଲକୁ ନେଇଯାଇଥିଲା। ଆଉ ଜଙ୍ଗଲର ଏକ ନିଛାଟିଆ ଅଞ୍ଚଳରେ ତା’ ସହ ଦୁଷ୍କର୍ମ କରିଥିଲା। ଘଟଣା ବିଷୟରେ କାହାକୁ କହିଲେ ତୋତେ ଜୀବନରୁ ମାରିଦେବି ବୋଲି ଭାଗୀରଥି ଧମକ ଦେଇଥିଲା। ତେବେ ନାବାଳିକା ଘରକୁ ଆସିବା ପରେ ଘଟଣା ବିଷୟରେ ପରିବାର ଲୋକଙ୍କୁ ସବୁ କଥା କହିଥିଲା। ଏ ନେଇ ନାବାଳିକାଙ୍କ ପରିବାର ଲୋକ ପ୍ରଥମେ ଚନ୍ଦକା ଓ ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାାନ ପୁଲିସ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର