ସୁନା କାନଫୁଲ ଦେବାକୁ ମନା କରିଦେବାରୁ ପତ୍ନୀଙ୍କ ଗୁପ୍ତାଙ୍ଗକୁ ଧାରୁଆ ଅସ୍ତ୍ରରେ କାଟିଲେ ସ୍ୱାମୀ

ପାକିସ୍ତାନ: ପାକିସ୍ତାନର ଡେରା ଗାଜି ଖାନ୍‌ ଆଦିବାସୀ ଅଞ୍ଚଳରେ ଏକ ବୀଭତ୍ସକାଣ୍ଡ ଦେଖବାକୁ ମିଳିଛି। ପତ୍ନୀ ସୁନା କାନଫୁଲ ନ ଦେବାରୁ ସ୍ୱାମୀ ତା’ର ଯୌନାଙ୍ଗକୁ କାଟି ବିକୃତ କରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୁଲିସ ପୀଡ଼ିତାଙ୍କ ସ୍ୱାମୀକୁ ଗିରଫ କରିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ତାର ପତ୍ନୀଙ୍କୁ ସୁନା କାନଫୁଲ ମାଗିଥିଲେ। ତେବେ ପତ୍ନୀ ସ୍ୱାମୀଙ୍କୁ କାନଫୁଲ ଦେବାକୁ ମନା କରି ଦେବାରୁ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଥିଲେ। କେବଳ ଏତିକି ନୁହେଁ, ପତ୍ନୀଙ୍କ ଶାରୀରିକ ନିର୍ଯାତନା ଦେବା ସହିତ ତାଙ୍କ ଗୁପ୍ତାଙ୍ଗକୁ ଧାରୁଆ ଅସ୍ତ୍ରରେ କାଟି ପକାଇଥିଲେ। ମହିଳା ଯନ୍ତ୍ରଣାରେ ଚିତ୍କାର କରିବାରେ ଲାଗିଥିଲେ। ତେବେ ସେହି ବାଟ ଦେଇ ଯାଉଥିବା ମହିଳାଙ୍କ ପିତା ଓ କକା ଝିଅର ଚିତ୍କାର ଶୁଣିବାକୁ ପାଇଥିଲେ। ଘର କବାଟ ଭାଙ୍ଗି ଭିତରକୁ ଆସି କ’ଣ ହୋଇଛି ବୋଲି ଦେଖିଲା ବେଳକୁ ଝିଅ ରକ୍ତରେ ଜୁଡୁବୁଡୁ ହୋଇସାରିଥିଲା। ସଙ୍ଗେସଙ୍ଗେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଏହି ଜଣାଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ସ୍ୱାମୀକୁ ଗିରଫ କରି ନେଇଥିଲା।

ମହିଳାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ପୂର୍ବରୁ ଅଭିଯୁକ୍ତ ପତ୍ନୀଙ୍କୁ ଏଭଳି ଅତ୍ୟାଚାର କରି ଆସୁଥିଲା। କାରଣ ସେ ଗର୍ଭଧାରଣ କରି ପାରୁ ନଥିଲା।

ସମ୍ବନ୍ଧିତ ଖବର