୬ ବର୍ଷ ଧରି ମାଉସୀ ଝିଅ ଭଉଣୀ ସହ ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟତ୍ର ବାହା ହେଉଥିଲେ ଯୁବକ, ଜାଣନ୍ତୁ ତା’ପରେ କ’ଣ ହେଲା..

ନୂଆଦିଲ୍ଲୀ: ଭାଇଭଉଣୀର ସମ୍ପର୍କ ଦୁନିଆର ସବୁଠୁ ପବିତ୍ର ସମ୍ପର୍କ। ଏହି ସମ୍ପର୍କ ଉପରେ କେବେ କିଏ ଆଙ୍ଗୁଠି ଉଠାଇ ନାହାନ୍ତି । କିନ୍ତୁ ସମୟ ସାଥିରେ ମଣିଷର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିର ଦୁନିଆରେ କୌଣସିି ସମ୍ପର୍କର କିଛି ବି ମୂଲ୍ୟ ନାହିଁ । ନିକଟରେ ଏପରି ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଅପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଘଟଣା ବିଲାରି ଥାନା ଅନ୍ତାର୍ଗତ ଜଣେ ଯୁବକର ଅଟେ । ଆପଣଙ୍କ ଜଣାଇ ଦେବାକୁ ଚାହୁଁଛୁ ଏହି ଯୁବକ ଜଣଙ୍କ ନିଜର ବିବାହ ଅଧାରୁ ଲୁଚି ପଳାଇଥିଲା । କାରଣ ଦୀର୍ଘ ୬ବର୍ଷ ହେବ ସେ ଜଣେ ଝିଅ ସହ ବିବାହର ମିଛ ପ୍ରତିଶ୍ରୁତି ଦେଇ ତା’ ସହ ଶାରିରୀକ ସମ୍ପର୍କ ରଖିଆସୁଥିଲା । ୬ ବର୍ଷ ପରେ ଯେତେବେଳେ ଯୁବକର ମନ ସେ ଝିଅ ପ୍ରତି ଛାଡିଗଲା ତା’ପରେ ସେ ଅନ୍ୟ ଜଣଙ୍କ ସହ ବିବାହ କରିବା ପାଇଁ ମନ ବଳାଇଲା । ଯେତେବେଳେ ଯୁବତୀ ଜଣକ ଏହି ବିଷୟରେ ଜାଣିବାକୁ ପାଇଲେ ସେ ସିଧା ଯାଇ ସ୍ଥାନୀୟ ପୁଲିସକୁ ସୂଚନା ଦେଲେ। ପୁଲିସ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚି ସତ୍ୟତା ଜାଣିଲା ଆଶ୍ଚର୍ଯ୍ୟ ହୋଇଗଲା । କେହି ବି ଭାବି ନ ଥିଲେ ଯେ ସେ ଯୁବକ ଯୁବତୀ ଦୁଇ ଜଣ ଭାଇଭଉଣୀ ।

ମୁରଦାବାଦର ବିଲାରି ଥାନ ଅଞ୍ଚଳରେ ଜଣେ ଯୁବକ ତାର ମାଉସୀ ଝିଅ ସହ ବିଗତ ୬ବର୍ଷ ହେଲା ଶାରିରୀକ ସମ୍ପର୍କ ରଖିଆସୁଥିଲା । ଯେତେବେଳେ ଦୁଇଜଣଙ୍କ ମଧ୍ୟରେ ଅଧିକ ମିଳାମିଶା ହେବାକୁ ଲାଗିଲା ପୁଅ ଘର ଲୋକଙ୍କୁ ଏହି ବିଷୟରେ ଜଣା ପଡ଼ିଗଲା ଓ ସେମାନେ ତୁରନ୍ତ ପୁଅର ବାହାଘର କରିବାକୁ ନିଷ୍ପତ୍ତିି ନେଲେ । ଯୁବତୀ ଜଣଙ୍କ ଏହା ଜାଣିବା ପରେ ସଧା ଆସି ଥାନାରେ ପହଞ୍ଚିଗଲା ଅଭିଯୋଗ କଲା କି ମୋ ପ୍ରମିକର ୩ ଦିନ ହେଲା ପତ୍ତା ମିଳୁନି । ଯୁବତୀଙ୍କ ଅଭିଯୋଗ ପରେ ପୁଲିସ ଯୁବକ ଜଣଙ୍କୁ ଖୋଜି ବାହାର କରିଥିଲା ଓ ଉଭୟ ପରିବାରଙ୍କୁ ଡାକି ଦୁଇ ଜଣଙ୍କ ବିବାହ ଠିକ୍‌ କରିଥିଲା । କିନ୍ତୁ ତା’ପର ଦିନ ବିବାହ ପାଇଁ ଯୁବତୀ ଜଣଙ୍କ ଯେତେବେଳେ କୋର୍ଟରେ ପହଞ୍ଚିଲା ଯୁବକ କି ତାର ପରିବାର ଲୋକ କାହାର ବି ଦେଖା ମିଳିଲାନି । ଯୁବତୀ ଜଣକ ରାଗରେ ଯାଇ ଯୁବକ ଘରେ ପହଞ୍ଚିଗଲା। ସେଠାରେ ଦେଖିଲା ବେଳକୁ ତାଙ୍କ ପ୍ରେମିକଙ୍କ ବିବାହ ଅନ୍ୟ ଜଣେ ଯୁବତୀଙ୍କ ସହ ହେଉଛି। ଯୁବତୀ ଜଣଙ୍କ ସାଙ୍ଗେ ସାଙ୍ଗେ ପୁଲିସକୁ ଫୋନ କରିଥିଲେ ଓ ପୁଲିସ ଆସିବା କଥା ଜାଣି ଯୁବକ ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲା । ଯୁବତୀ ଜଣକ କହିଥିଲେ ଯଦି ମୋର ବିବାହ ମୋ ପ୍ରେମିକ ସହ ନ ହୁଏ ତା’ ହେଲେ ମୁଁ ଆତ୍ମହତ୍ୟା କରିବି ।

ସମ୍ବନ୍ଧିତ ଖବର