ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡର କପି ତିଆରି କରି ଆକାଉଣ୍ଟରୁ ସଫା କରିଥିଲେ ୪ଲକ୍ଷ ଟଙ୍କା, ମାସେ ପରେ ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ବୁଧବାର ଦିଲ୍ଲୀ ପୁଲିସ ଜଣେ ରେସ୍ତୋରାଁ କର୍ମଚାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ଗ୍ରାହକଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡର କପି ତିଆରି କରି ତାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା ଉଡ଼ାଇ ନେବା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତର ନାଁ ପଙ୍କଜ କୁମାର ବୋଲି ଚିହ୍ନଟ କରାଯାଇଛି ।

ନୂଆଦିଲ୍ଲୀର ଡିସିପି ମଧୁର ବର୍ମାଙ୍କ କହିବା ଅନୁଯାୟୀ, ଫେବୃଆରୀ ୧୪ ତାରିଖରେ ଏକ ବ୍ୟାଙ୍କ ନିଜ ଗ୍ରାହକଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡର କପି କରାଯାଇ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠା ଯାଇଥିବାର ଅଭିଯୋଗ କରିଥିଲେ । ଦୁଇଟି କାର୍ଡ ନିଜ ପାଖରେ ଥିବା ସମୟରେ ଆକାଉଣ୍ଟରୁ ଟଙ୍କା ଉଠିବା ଦେଖି ଗ୍ରାହକଜଣଙ୍କ ନିଜ ବ୍ୟାଙ୍କକୁ ସଂପର୍କ କରିଥିଲେ । ଯାହା ପରେ ବ୍ୟାଙ୍କ କର୍ମଚାରୀ ପୁଲିସରେ ଅଭିଯୋଗ କରିଥିଲେ । ଏହା ପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ପରେ କାର୍ଡରେ ଯେତେ ସବୁ ଜିନିଷ କିଣା ଯାଇଛି, ତାହା ଦିଲ୍ଲୀର କନ୍ନଟ୍‌ ପ୍ଲେସ୍‌ରୁ କିଣା ଯାଇଥିବା ଜଣା ପଡ଼ିଥିଲା । ଏହା ପରେ ତାରିଖକୁ ନୋଟ୍‌ କରାଯାଇ ତଦନ୍ତ କରାଯିବା ପରେ ଏକ ରେସ୍ତୋରାଁରେ େଓ୍ଵଟର ଭାବେ କାମ କରୁଥିବା ପଙ୍କଜ ଟଙ୍କା ଉଠାଉଥିବା ସାମ୍ନାକୁ ଆସିଥିଲା ।

atlfmonline.com

ଏଭଳି ସମାନ ଅଭିଯୋଗ ପୁଲିସ ପାଖକୁ ଅସିବା ପରେ ସବୁ ପଛରେ ପଙ୍କଜ ଥିବା ଜାଣିବାକୁ ପାଇଥିଲା ପୁଲିସ । ପଙ୍କଜଙ୍କ ଅସଲ ମୁଖା ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରି ନେଇଛି । ଗିରଫ ପରେ ପଙ୍କଜଙ୍କ ପାଖରୁ ଏକ ସ୍କ୍ରିମର ଜବତ କରିଛି ପୁଲିସ, ଯେଉଁଥିରେ ସବୁ ଗ୍ରାହକଙ୍କ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡର ବିବରଣୀ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର