ପତ୍ନୀ ଓ ବୋହୂଙ୍କୁ ଛୁରି ଭୁସି ହତ୍ୟା କରିଲେ ଅବସରପ୍ରାପ୍ତ ଶିକ୍ଷକ

ନୂଆଦିଲ୍ଲୀ: ଜଣେ ଅବସରପ୍ରାପ୍ତ ଶିକ୍ଷକ ନିଜ ପତ୍ନୀ ଓ ବୋହୂଙ୍କୁ ଛୁରି ଭୁସି ହତ୍ୟା କରିବା ଘଟଣା ନୂଆଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗତକାଲି ଦିଲ୍ଲୀର ରୋହିଣୀ ସେକ୍ଟର-୪ରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ସତୀଶ ଚୌଧୁରୀ (୬୪) ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି।

ସତୀଶ ଚୌଧୁରୀ ରାତିରେ ସମସ୍ତେ ଶୋଇଥିବା ବେଳେ ପ୍ରଥମେ ନିଜ ସ୍ତ୍ରୀ ସ୍ନେହଲତା(୬୨)ଙ୍କୁ ଛୁରି ଭୁସିଥିଲେ ।ତାପରେ ସେ ସେହି ଛୁରିରେ ବୋହୂ ପ୍ରଜ୍ଞାଙ୍କୁ ଆକ୍ରମଣ କରିଥିଲେ। ଏହା ଜାଣିପାରି ସାନ ପୁଅ ସୌରଭ ବାପାଙ୍କୁ ଅଟକାଇବାଲାଗି ଆସିଥିଲେ। ହେଲେ ତାଙ୍କୁ ମଧ୍ୟ ଛୁରି ମାଡ଼ କରିଥିଲେ ସତୀଶ। ତେବେ କୌଣସିମତେ ସୌରଭ ବାପାଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ।

Image Source–aajtak

ପୁଲିସ ଘଟଣାସ୍ଥଳରେ ପହଞ୍ଚି ସତୀଶ ଚୌଧୁରୀଙ୍କୁ ଗିରଫ କରିଥିଲା। ଏହାପରେ ଗୁରୁତର ଆହତ ଅବସ୍ଥାରେ ସ୍ନେହଲତା ଓ ପ୍ରଜ୍ଞାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେଦୁହିଁଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀ ଏବଂ ବୋହୂଙ୍କର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସତୀଶ ଉଭୟଙ୍କୁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ସେଥିଲାଗି ସେ ଅନୁତପ୍ତ ନୁହନ୍ତି ବୋଲି ବି କହିଛନ୍ତି ସତୀଶ।

ସମ୍ବନ୍ଧିତ ଖବର