ଆତଙ୍କବାଦୀ ଲୁଚିବା ସନ୍ଦେହ: ଯାଞ୍ଚ ହେବ ଦୁଇଟି ଜିଲାର ସମସ୍ତ ପାସପୋର୍ଟ

ସମସ୍ତ ବାଂଲାଦେଶରୀଙ୍କୁ ଚିହ୍ନଟ କରି ବିତାଡ଼ିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଉତ୍ତରପ୍ରଦେଶ ସରକାର

ସାହାରନପୁର: ଉତ୍ତରପ୍ରଦେଶର ଦେଓବନ୍ଦ ଓ ଆଖପାଖ ଅଞ୍ଚଳରେ ଆତଙ୍କବାଦୀମାନେ ଛୁପି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସତର୍କ ହୋଇ ଉଠିଛି ଉତ୍ତରପ୍ରଦେଶ ପୁଲିସ। ଦେଓବନ୍ଦ ସହର ସହିତ ସାହାରନପୁର ଓ ମୁଜାଫରନଗର ଜିଲ୍ଲାର ସମସ୍ତ ପାସପୋର୍ଟ ଧାରୀଙ୍କ ପାସପୋର୍ଟ ପୁନଃ ଯାଞ୍ଚ ପରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ। ବିଶେଷ କରି ନିକଟରେ ଧରାପଡ଼ିଥିବା ଦୁଇଜଣ ସନ୍ଦିଗ୍ଧ ବାଂଲାଦେଶୀ ଆତଙ୍କବାଦୀଙ୍କ ଠାରୁ ଦେଓବନ୍ଦ ଠିକଣାରେ ଥିବା ପାସପୋର୍ଟ ଜବତ ହେବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

photo credit- financial express

ସାହାରନପୁର ଡିଆଇଜି କେଏସ ଇମ୍ମାନୁଏଲ କହିଛନ୍ତି ଏହା କେବଳ ଦେଓବନ୍ଦ କିମ୍ବା କୌଣସି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ମଧ୍ୟରେ ପାସପୋର୍ଟ ଯାଞ୍ଚ ହେବ ନାହିଁ। ଗୁଇନ୍ଦା ସୂଚନା ଅନୁଯାୟୀ, ସାହାରନପୁର ଓ ମୁଜାଫରନଗର ଜିଲ୍ଲାରେ କେତେକ ସନ୍ଦିଗ୍ଧ ଆତଙ୍କବାଦୀ ଛଦ୍ମନାମରେ ରହି ଆସୁଛନ୍ତି। ତେଣୁ ଏହି ଛଦ୍ମବେଶୀ ଆତଙ୍କବାଦୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳର ପାସପୋର୍ଟଧାରୀଙ୍କ ପାସପୋର୍ଟ ଯାଞ୍ଚ କରାଯିବ। ଯେତେବେଳେ ଦେଶ ଓ ଏହାର ନାଗରିକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି, ସେତେବେଳେ ଏ ନେଇ କୌଣସି ପ୍ରକାର ଉଦାସୀନତା ପ୍ରଦଶର୍ନ କରାଯାଇ ପାରିବ ନାର୍ହିଁ ବୋଲି ଡିଆଇଜି ଇମ୍ମାନୁଏଲ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ୟୁପି ଏଟିଏସ ଦେଓବନ୍ଦରେ ଦୀର୍ଘଦିନ ଧରି ରହି ଆସୁଥିବା ଆତଙ୍କବାଦୀ ସଙ୍ଗଠନ ଏବିଟିର ସଦସ୍ୟ ଅବଦୁଲ୍ଲା ଅଲ ମେମନଙ୍କୁ ମୁଜାଫରନଗରରୁ ଗିରଫ କରିବା ପରେ ତାର ବହୁ ସହଯୋଗୀଙ୍କୁ ସେହି ଅଞ୍ଚଳରୁ ଗିରଫ କରିଥିଲା। ସେହିପରି ଗତ ଅକ୍ଟୋବର ୫ ତାରିଖରେ ୟୁପି ଏଟିଏସକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ଫେରାର ଥିବା ଆତଙ୍କବାଦୀ ଫୈଜନା ଅହମ୍ମଦ ସେଠାରେ ରହି ଯୁବଗୋଷ୍ଠୀଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ ପାଇଁ ଉଦ୍ୟମ କରୁଛି। ଏପରିକି ମେମନର ଗିରଫ ପରେ ଫୈଜାନର ଘରେ ଚଢ଼ାଉ କରି ପୁଲିସ ବହୁ ଆପତ୍ତିଜନକ କାଗଜପତ୍ର ମଧ୍ୟ ଜବତ କରିଥିଲା। ଉତ୍ତରପ୍ରଅଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ଵାଡ୍‌ ସନ୍ଦେହ କରୁଛି କି ପ୍ରାୟ ୨୦ ଜଣ ଏବିଟି ଆତଙ୍କବାଦୀ ପୁଲିସ ସହାୟତାରେ ଭାରତୀୟ ପାସପୋର୍ଟ ନିଜ ନାମରେ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଏଥିରେ ଜଣେ କନଷ୍ଟେବଳ ଓ ଜଣେ ପୁଲିସ ସବ୍‌ ଇନସପେକ୍ଟରଙ୍କ ସନ୍ଦେହଜନକ ଭୂମିକା ରହିଛି ବୋଲି ୟୁପି ଏଟିଏସ ସନ୍ଦେହ କରୁଛି।
କେବଳ ସେତିକି ନୁହେଁ, ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବେଆଇନ ଭାବେ ରହୁଥିବା ସମସ୍ତ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ସରକାରୀ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକାଳ ସମୟରେ ବାଂଲାଦେଶୀ ମାନଙ୍କୁ ପରିଚୟପତ୍ର ଦେବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁଯୋଗ ଦେଇଛନ୍ତି ସେମାନଙ୍କ ବିରାଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ କୁମାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର