ବାରିପଦା: ସ୍ପଷ୍ଟ ଦିବାଲୋକରେ କାର କାଚ ଭାଙ୍ଗି ୧ ଲକ୍ଷ ଲୁଟ, ୩ ଲ‌ୁଟେରା ଫେରାର

ବାରିପଦା: ସ୍ପଷ୍ଟ ଦିବାଲୋକରେ ଅଫିସ ପରିସରରେ ଥିବା କାର କାଚ ଭାଙ୍ଗି ଶନିବାର ୧ ଲକ୍ଷ ଟଙ୍କା ଲୁଟ ହୋଇଛି। ସୂଚନା ଅନୁସାରେ ଟାଉନ ଥାନା ଅନ୍ତର୍ଗତ କଚେରୀ ରୋଡ଼ସ୍ଥିତ ପୂର୍ତ୍ତ ଓ ଗୃହ ନିର୍ମାଣ କାର୍ଯ୍ୟାଳୟ ପରିସରରୁ ଏହି ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି। ସହରର ବିଭାସ ଚନ୍ଦ୍ର ଦାଶ ନାମରେ ଜଣେ କଣ୍ଟ୍ରାକ୍ଟର ଆଜି ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ କାରରେ ରଖିଥିଲେ। ସେ କାରକୁ କଚେରୀ ପରସରରେ ଷ୍ଟାଣ୍ଡ କରି ପୂର୍ତ୍ତ ଓ ଗୃହ ନିର୍ମାଣ କାର୍ଯ୍ୟାଳୟକୁ ଯାଇଥିଲେ। ଫେରିବା ବେଳକୁ ତାଙ୍କ କାରଟିର ସମ୍ମୁଖରେ ଥିବା ବାମ କାଚ ଭାଙ୍ଗା ଯାଇଥିବାର‌ ଦେଖିଥିଲେ। ପରେ ସେ ତାଙ୍କର ଟଙ୍କା ମଧ୍ୟ ଚୋରୀ ହୋଇଯାଇଥିବା ଜାଣିଥିଲେ।
ଏକ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଏ ନେଇ ଟାଉନ ଥାନ‌ାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରି ଦେଇଛି।

ସମ୍ବନ୍ଧିତ ଖବର