ଶିକ୍ଷକଙ୍କ ବାଇକ୍‌ ଡିକି ଭାଙ୍ଗି ସାଢେ ତିନି ଲକ୍ଷ ଲୁଟ୍‌

କଟକ : ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍‌ ଡ଼ିକିରେ ରଖିଥିଲେ ସାଢେ ୩ଲକ୍ଷ ଟଙ୍କା। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବାଇକ୍‌ ରଖି ଭିତରକୁ ଯାଇ କାମ ସାରି ଫେରିଲା ବେଳକୁ ଖୋଲାପଡିଥିଲା ଡିକି। କଟକ ଜିଳ୍ଲାର ନରସିଂହପୁର ଅଞ୍ଚଳରେ ଘଟିଥିବା ଏଭଳି ଏକ ଘଟଣା ସଂପର୍କରେ ଲୁଟର ଶିକାର ହୋଇଥିବା ଶିକ୍ଷକ ଗୋବିନ୍ଦ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ନରସିଂହପର ଥାନା ଅନ୍ତର୍ଗତ ଘୋରାଡିଆ ଗ୍ରାମର ଶିକ୍ଷକ ଗୋବିନ୍ଦ ବେହେରା ଆଜି ଦିନ ପ୍ରାୟ ୧୨ଟାରେ ସ୍ଥାନୀୟ ୟୁକୋ ବ୍ୟାଙ୍କରୁ ୩.୫ଲକ୍ଷ ଟଙ୍କା ଉଠାଇ ନିଜ ବାଇକ୍‌ ଡିକିରେ ରଖି ତହସିଲ ଅଭିମୁଖେ ଯାଇଥିଲେ। କାମ ସାରି ତହସିଲ ଅଫିସରୁ ବାହାରିବା ଭିତରେ ତାଙ୍କ ଡ଼ିକି ଭାଙ୍ଗି ଲୁଟେରା ଟଙ୍କା ଲୁଟି ନେଇଥିଲେ। ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର