ସ୍କୁଟିରୁ ୪.୭ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଭଦ୍ରକ: ୟୁକୋ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ ଫେରୁଥିବା ବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାସୁଦେବ ବେହେରାଙ୍କ ସ୍କୁଟିରୁ ଦୁର୍ବୃତ୍ତମାନେ ୪.୭ ଲକ୍ଷ ଟଙ୍କା ଲୁଟି ନେଇଥିବା ତହିଡ଼ି ଥାନାରେ ଅଭିଯୋଗ ହୋଇଛି। ଏତଲା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ ସୟା ଗ୍ରାମପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାସୁଦେବ ବେହେରା ଅଗଷ୍ଟ ୧୪ରେ ଭତ୍ତା ଦେବା ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟିର ଡିକିରେ ଭର୍ତ୍ତି କରି ବଜାରରେ ଛିଡ଼ା ହୋଇଥିଲେ। ଏହି ସମୟରେ ପୂର୍ବରୁ ତାଙ୍କୁ ଟାର୍ଗେଟ କରିଥିବା ଦୁର୍ବୃତ୍ତମାନେ ଡିକି ଭାଙ୍ଗି ଟଙ୍କା ଲୁଟ୍‌ କରିଥିଲେ। ଥାନାରେ ମାମଲା ରୁଜୁ ହେବା ପରେ ଏସ୍‌ପି ରାଜେଶ ଉତ୍ତମ ପଣ୍ଡିତ ଭଦ୍ରକ ସୀମାଗୁଡ଼ିକ ସିଲ କରିବା ପାଇଁ ଆଦେଶ ଦେଇଛନ୍ତି। ସେ ବାସୁଦେବପୁର, ଚାନ୍ଦବାଲି ଓ ତିହିଡ଼ି ପୁଲିସକୁ ଆଲର୍ଟ ଜାରି କରିଛନ୍ତି।

ଟଙ୍କା ଲୁଟ୍‌ ପରେ ବୁଧବାର ସୟା ପଂଚାୟତର ହିତାଧିକାରୀମାନଙ୍କୁ ଟଙ୍କା ବଣ୍ଟାଯିବା ନେଇ ଅନିଶ୍ଚିତତା ଦେଖାଯାଇଛି।

ସମ୍ବନ୍ଧିତ ଖବର