ରାଉରକେଲା: ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ୫ ଲକ୍ଷ ଲୁଟ

0 864

ରାଉରକେଲା: ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତି ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଲୁଟ୍‌ର ଶିକାର ହୋଇଥିବା ଜଣାପଡ଼ିଛି। ଏକ ଘରୋଇ ସଂସ୍ଥାର କର୍ମଚାରୀ ଦିଲୀପ ଗୋପ ଆଜି ଅପରାହ୍ନରେ ସିଭିଲ ଟାଉନସିପ୍‌ସ୍ଥିତ ଏକ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିଲେ। ଫେରିବା ବାଟରେ ସେ ଦୁର୍ବୃତ୍ତଙ୍କ ହାବୁଡରେ ପଡି ଯାଇଥିଲେ। ପୂର୍ବରୁ ଟାର୍ଗେଟ କରି ରଖିଥିବା ଦୁର୍ବୃତ୍ତମାନେ ଟଙ୍କା ଛଡାଇ ନେଇ ଫେରାର ହୋଇ ଯାଇଥିଲେ। ଟଙ୍କା ହରାଇଥିବା ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ ଛାନଭିନ ଆରମ୍ଭ କରି ଦେଇଛି। ଲୁଟେରାମାନଙ୍କର କୌଣସି ଖୋଜ ଖବର ମିଳି ପାରି ନାହିଁ।

ଦିଲୀପ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରସ୍ଥିତ ସୁରଜ ପ୍ରୋଡକ୍ଟ ପାଓ୍ଵାର ଲିମିଟେଡରେ କାମ କରନ୍ତି। ଆଜି ଅପରାହ୍ନ ୧୨ଟା ୫ରେ ସେ ଉଦୀତ ନଗରସ୍ଥିତ କାନାଡା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ସେ ଟାଉନସିପ ଅଞ୍ଚଳରେ ଥିବା ଏକ ଖେଳ ସ୍କୁଲ ନିକଟରେ ପହଞ୍ଚିବା ମାତେ ୨ ଜଣ ଲୋକ ତାଙ୍କୁ ଅଟକାଇଥିଲେ। ଦିଲୀପ କିଛି ଭାବିବା ପୂର୍ବରୁ ଲୁଟେରାମାନେ ୫ ଲକ୍ଷ ଟଙ୍କା ଲୁଟ କରି ବେଦବ୍ୟାସ-କୁଅାଁରମୁଣ୍ଡା ରାସ୍ତାରେ ଫେରାର ହୋଇଯାଇଥିଲେ। ଅଭିଯୋଗ ହେବା ମାତ୍ରେ ରଘୁନାଥପାଲି ଥାନା ପୁଲିସ ଘଟଣା ଛାନଭିନ୍‌ କରିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.