୨୧ ବର୍ଷ ତଳେ ପ୍ରେମିକଙ୍କୁ ମାରି ପୋତି ଦେଇଥିଲେ ପତ୍ନୀ, ସ୍ୱାମୀ ପାଇଲେ କଙ୍କାଳ

ମସ୍କୋ: ଆଳୁ ଚାଷ ପାଇଁ ଚାଷ ଜମି ଖୋଳୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଜମିରେ ଏକ ମଣିଷ କଙ୍କାଳ ପାଇଲେ। ଏ ନେଇ ସେ ପୁଲିସକୁ ଖବର ଦେଇଥିଲେ। ତଦନ୍ତରୁ ଜଣାପଡ଼ିଲା ଯେ ତାଙ୍କ ପତ୍ନୀ ୨୧ ବର୍ଷ ତଳେ ନିଜ ଲିଭ୍‌ ଇନ୍‌ ପାର୍ଟନର (ପ୍ରେମିକ)ଙ୍କୁ ଏକ ଫାର୍ସାରେ ହାଣି ହତ୍ୟା କରିବା ପରେ ଏହି ଚାଷ ଜମିରେ ପୋତି ଦେଇଥିଲେ। ପରେ ତାଙ୍କ ପ୍ରେମିକ କେଉଁଆଡେ ଚାଲି ଯାଇଛନ୍ତି କହି ପୁଣି ଜଣଙ୍କୁ ବିବାହ କରିଥିେଲେ।ତେବେ ଏହା ଜଣାପଡ଼ିବା ପରେ ମହିଳାଙ୍କ ମୁକ୍ତ ବିଚରଣ ଉପରେ ରୋକ ଳଗାଯାଇ ତଦନ୍ତ କରାଯାଉଛିି। ଏପରି ଏକ ଘଟରା ଘଟିଛି ରୁଷର ସାଇବେରିଆ ଅଞ୍ଚଳରେ।
ମସ୍କୋ ଠାରୁ ୨୨ଶହ କିଲୋମିଟର ଦୂର ସାଇବେରିଆର ଲୁଜିନୋ ଗାଁରେ ଜଣେ ବ୍ୟକ୍ତି ପରିବା ଚାଷ ପାଇଁ ତାଙ୍କ ପତ୍ନୀଙ୍କ ମାଲିକାନାରେ ଥିବା ଏକ ଜମିରେ ଗାତ ଖୋଳୁଥିବା ବେଳେ ସେଥିରୁ କେତେକ ମାନବ ହାଡ଼ ପାଇଥିଲେ।ଏହି ହାଡ଼ ଓ କଙ୍କାଳର ଫଟୋ ସେ ଓ ଗଆମବାସୀମାନେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହିତ ଏ ନେଇ ବ୍ୟକ୍ତିଜଣକ ପୁଲିସକୁ ଖବର ଦେଇଥିଲେ। ପୁଲିସ ମାନବ କଙ୍କାଳ ପାଇବା ପରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ତେବେ ପୁଲିସକୁ ସୂଚନା ଦେବା ପୂର୍ବରୁ ବ୍ୟକ୍ତିଜଣକ ଏ ସମ୍ପର୍କରେ ତାଙ୍କ ପତ୍ନୀଙ୍କୁ ଅବଗତ କରିଥିଲେ। ପତ୍ନୀ ସ୍ୱାମୀଙ୍କ ନିକଟରେ ନିଜ ୨୧ ବର୍ଷ ତଳର ପାପକୁ ସ୍ୱୀକାର କରିଥିଲେ। କହିଥିଲେ ଯେ ଯେ ୧୯୯୭ ମସିହାରେ ତାଙ୍କୁ ଯେତେବେଳେ ୩୯ ବର୍ଷ ବୟସ ହୋଇଥିଲାା, ସେ ତାଙ୍କର ଜଣେ ୫୨ ବର୍ଷିୟ ପୁରୁଷ ବନ୍ଧୁଙ୍କ ସହିତ ଲିଭ୍‌ ଇନ୍‌ ପାର୍ଟନର ଭାବେ ରହୁଥିଲେ। ଥରେ କୌଣସି କାରଣରୁ ଗଣ୍ଡଗୋଳ ହେବାରୁ ସେ ତାଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କ ମୁଣ୍ଡର ଏକ ଫାର୍ସାରେ ଆଘାତ ଦେଇଥିଲେ। ଫଳରେ ସେ ସେହିଠାରେ ମତ୍ୟୁ ବରଣ କରିଥିଲେ। ଏହା ପରେ ସେ ନେଇ ତାଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ନିଜ ଚାଷ ଜମିରେ ପୋତି ଦେବା ସହିତ ପଡୋଶୀମାନଙ୍କୁ ତାଙ୍କ ପ୍ରେମିକ କୁଅଡେ ପଳାଇ ଯାଇଛନ୍ତି ବୋଲି କି ବିଶ୍ୱାସ ଜନ୍ମାଇ ଦେଇଥିଲେ। ଘଟଣାର ୨୧ ବର୍ଷ ପରେ ଜମିରୁ କଙ୍କାଳ ମିଳିବାରୁ ସେ ସବୁକଥା ତାଙ୍କ ସ୍ୱମୀଙ୍କୁ କହିବା ସହିତ ପୁଲିସରେ ଏ ସମ୍ପର୍କରେ ନ ଜଣାଇବାକୁ ଅନୁରୋଧ କରଥିଲେ। ମାତ୍ର ସ୍ୱାମୀ ତାଙ୍କ କଥା ନ ମାନି ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର