ଫିଲ୍ମ ‘ହାଇଦର’ରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଥିବା ସାକିବ୍‌ ବିଲାଲ ବନିଥିଲା ଲସ୍କର ଆତଙ୍କବାଦୀ, ଓଡ଼ିଶା ବି ଆସିଥିଲା,ଜାଣନ୍ତୁ ତାପରେ କ’ଣ ହେଲା

ଶ୍ରୀନଗର:ପ୍ରାୟ ପାଞ୍ଚ ବର୍ଷ ତଳେ ହାଜିନ୍‌ ବାଣ୍ଡିପୋରାରେ ରହୁଥିବା ୧୭ ବର୍ଷୀୟ ସାକିବ୍‌ ବିଲାଲଙ୍କୁ ଏକ ଚର୍ଚ୍ଚିତ ଫିଲ୍ମ ‘ହାଇଦର’ରେ ଶିଶୁ କଳାକାର ଭୂମିକାରେ ଦେଖିବାକୁ ମିଳିଥିଲା। ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ସାକିବ୍‌ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ହାଇଦର୍‌’ରେ ଅଭିନୟ କରିଥିଲେ।
ଆତଙ୍କବାଦୀ ପୃଷ୍ଠଭୂମି ଉପରେ ନିର୍ମିତ ଏହି ସିନେମାରେ ଅଭିନୟ କରିତିବା ସେହି ଶିଶୁ କଳାକାର ଯେ ଦିନେ ଲସ୍କର ଆତଙ୍କବାଦୀ ବନିଯିବ।
ସାକିବ ବିଲାଲକୁ ଶ୍ରୀନଗରର ମୁଜଗୁଣ୍ଡଠାରେ ସୁରକ୍ଷା ବଳ ଗୁଳି କରି ହତ୍ୟା କରିଥିଲେ। ସେଦିନ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ,ସେମାନଙ୍କ ଭିତରୁ ଜଣେ ଥିଲା ସାକିବ୍‌। ତା’ସହିତ ମୃତ୍ୟୁବରଣ କରିଥିବା ଅନ୍ୟଏକ ଆତଙ୍କବାଦୀ ମୁଦସରର ବୟସ ଥିଲା ମାତ୍ର ୧୫ ବର୍ଷ। ତୃତୀୟ ଆତଙ୍କବାଦ ପାକିସ୍ତାନର ଅଲ୍ଲୀ ଭାଇ ଥିଲା।

ସାକିବ୍‌ ଓ ମୁଦସର ଏକାସାଙ୍ଗେ ୨୦୧୮ ଅଗଷ୍ଟ ୩୧ ତାରିଖରେ ହାଜିନ୍‌ରୁ ଗାଏବ୍‌ ହୋଇଯାଇଥିଲେ। ସେ ଦୁହେଁ ସାଙ୍ଗ ହୋଇ ନମାଜ୍‌ ପଢିବାକୁ ଯାଇଥିଲେ। ପରିବାର ଲୋକେ ଏସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ ଓ ସୋସିଆଲ ମିଡିଆରେ ସେ ଦୁହିଁଙ୍କୁ ଫେରିବାକୁ ନିବେଦନ କରିଥିଲେ। କିନ୍ତୁ ଏହାର କିଛି ସୁଫଳ ମିଳିଲା ନାହିଁ। ଅକ୍ଟୋବର ମାସରେ ସାଜିବ୍‌ ଓ ମୁଦସର ଲସ୍କର ଆତଙ୍କବାଦୀ ଭାବେ ସକ୍ରିୟ ହୋଇଥିଲା।ସେ ଏକ ନାଟକର ପ୍ରସ୍ତୁତି ଲାଗି ଓଡ଼ିଶା ବି ଥରେ ଆସିଥିଲା।

ସମ୍ବନ୍ଧିତ ଖବର