ଲୁଣ ସାହାଯ୍ୟରେ ବୁଡି ଯାଇଥିବା ମୃତ ବ୍ୟକ୍ତିଙ୍କୁ ଜୀବିତ କରାଯାଇ ପାରିବ ! ଏହି ଭାଇରାଲ ମସେଜକୁ ନେଇ ଡାକ୍ତର କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତି ଯେତେବେଳେ ପାଣିରେ ବୁଡି ଯାଇଥାଏ ସେ କଳେବଳେ କୌଶଳେ ବାହାରିବାକୁ ଚେଷ୍ଟା କରିଥାଏ। ଶେଷରେ ଉପାୟ ଶୂନ୍ୟ ହୋଇ ପାଣିରେ ବୁଡି ତାର ମୃତ୍ୟୁ ହୋଇଥାଏ। ଏହି କ୍ରମରେ ଏକ ହ୍ଵାଟସ୍‌ ଆପ୍‌ ମେସେଜ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ପାଣିରେ ବୁଡି ମୃତ୍ୟୁ ଘଟୁଥିବା ବ୍ୟକ୍ତିକୁ ଲୁଣରେ ଶୁଆଇ ତାର ଜୀବନ ବଞ୍ଚା ଯାଇ ପାରିବ ବୋଲି ଦାବି କରାଯାଇଛି ।

ଡାକ୍ତରଙ୍କ କହିବାନୁସାରେ, ଲୁଣ ପାଣି ଶୋଷି ନେଇଥାଏ। ଏକଥା ତ ସତ କିନ୍ତୁ ଏହାର ଅର୍ଥ ନୁହେଁ ଯେ ପାଣିରେ ବୁଡି ମୃତ୍ୟୁ ଘଟିଥିବା କୌଣସି ବ୍ୟକ୍ତିକୁ ଲୁଣ ଦେଇ ଦ୍ୱିତୀୟ ଥର ଜୀବିତ କରାଯାଇ ପାରିବ। ତେବେ ପାଣିରେ ବୁଡି ଯାଇଥିବା ଲୋକର ପେଟ ଭିତରେ ଭରି ରହିଥିବା ପାଣିକୁ ଲୁଣ ସମ୍ପୂର୍ଣ୍ଣ ମାତ୍ରାରେ ଶୋଷି ନେଇଥାଏ ତାହା ପୂରାପୂରି ଭୁଲ ଅଟେ। ଡାକ୍ତର କୌଣସି ମନୁଷ୍ୟକୁ ମୃତ ବୋଲି ଘୋଷଣା କରିବା ପୂର୍ବରୁ ତାହାର ଭଲ ଭାବେ ଯାଞ୍ଚ କରି ଥାଆନ୍ତି। ଏହାପରେ ଯାଇ ଏହାର ସୂଚନା ପରିବାରବର୍ଗଙ୍କୁ ଦେଇ ଥାଆନ୍ତି। ଏଭଳି କ୍ଷେତ୍ରରେ ମଣିଷକୁ ପୁଣି ଥରେ ଜୀବିତ କରିବା ଅସମ୍ଭବ ଅଟେ। ତେଣୁ ଏଭଳି ମେସେଜ ଭ୍ରମରେ ପଡ଼ନ୍ତୁ ନାହିଁ କି ଯଦି ଆପଣଙ୍କ ପାଖକୁ ଏମିତି କିଛି ମେସେଜ ଆସୁଛି ଅନ୍ୟକୁ ନପଠାଇ ଏ ନେଇ ସଚେତନ କରନ୍ତୁ।

ସମ୍ବନ୍ଧିତ ଖବର