ମନ୍ଦିର ପରିସରରୁ ମିଳିଲା ରକ୍ତ ଜୁଡ଼ୁବୁଡୁ ମୃତଦେହ, ନରବଳୀ ସନ୍ଦେହ

ସାଙ୍ଗଲି: ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଅନ୍ଧବିଶ୍ୱାସ ହେତୁ ଜଣେ ୫୦ବର୍ଷିଅ ବୃଦ୍ଧଙ୍କୁ ବଳି ଦିଆଯାଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଦେଇଛି। ସିରାଲା ତହସିଲସ୍ଥିତ ସିରସି-ଶିବରାଓ୍ଵାଡି ରୋଡ ନିକଟରେ ଥିବା ଚକ୍ରଭୈରବନାଥ ମନ୍ଦିରେ ଭିତରୁ ଜଣେ ୫୦ବର୍ଷ ଯୁବକଙ୍କ ମୃତଦେହ ମିଳିଛି। ମୃତକଙ୍କ ପରିଚୟ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ମୃତଦେହ ନିକଟରୁ ଲେମ୍ବୁ,ହଳଦୀ-କୁମକୁମ, କଣ୍ଟା ଓ ପୂଜାସାମଗ୍ରୀ ଭର୍ତ୍ତି ଥିବା ଏକ ବ୍ୟାଗ ଜବତ ହୋଇଛି। ପୁଲିସ ଏହାକୁ ନରବଳୀ ବୋଲି ବି ସନ୍ଦେହ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ, ସିରସି-ଶିବରଓ୍ଵାଡି ରୋଡରୁ ଅଢ଼େଇ କମି ଦୂରରେ ଥିବା ଏକ ପହାଡ଼ରେ ଚକ୍ରଭୈରବନାଥଙ୍କ ମନ୍ଦିର ରହିଛି। ଏହି ମନ୍ଦିର ପରିସରକୁ ସନ୍ଧ୍ୟା ହେଲା ମାତ୍ରେ କହି ଯାଆନ୍ତି ନାହିଁ। ଏଇ କିଛିଦିନ ହେବ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଶନିବାର ସକାଳ ୯ଟା ସମୟରେ ମନ୍ଦିର କାମ କରିବାକୁ ଶ୍ରମିକମାନେ ମନ୍ଦିରକୁ ଆସିଥିଲା ବେଳେ ମନ୍ଦିର ପରିସରରେ ରକ୍ତ ଜୁଡ଼ୁବୁଡି ଅବସ୍ଥାରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏ ସମ୍ପର୍କ ସେମାନେ ତୁରନ୍ତ ସୂଚନା ଗ୍ରାମବସୀଙ୍କୁ ଓ ପୁଲିସକୁ ସୂଚନା ଦେଇଥିଲେ।

ଗ୍ରାମବାସୀଙ୍କ କହିବାନୁସାରେ, ଶୁକ୍ରବାର ଦ୍ୱିପହରରୁ ସାଢ଼େ ତିନିଟା ପାଖାପାଖି ଅମାବାସ୍ୟ ଆରମ୍ଭ ହୋଇ ଶନିବାର ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଶେଷ ହୋଇଥିଲା। ଏହି କାରଣରୁ କେହି ଅନ୍ଧବିଶ୍ୱାସ ରଖି ଚକ୍ରଭୈରବନାଥ ମନ୍ଦିରରେ ନରବଳୀ ଦେଇଥିା ଚର୍ଚ୍ଚା ଚାଲିଛି। ଏହି ଘଟଣା ପରେ ଗ୍ରାମରେ କୋକୁଆ ଭୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର