‘ଭାରତ ମାତା କି ଜୟ’ କହିଲେ ଏହି ସ୍କୁଲର ପିଲାଙ୍କୁ ମିଳିଥାଏ ଦଣ୍ଡ

ନୂଆଦିଲ୍ଲୀ:  ଦେଶଭକ୍ତିକୁ ବିରୋଧ କରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ଭିଡିଓ ଉତ୍ତର ପ୍ରଦେଶର ବଲିୟାର ଏକ ସ୍କୁଲର ବୋଲି ଜଣାପଡ଼ିଛି। ‘ଭାରତ ମାତା କି ଜୟ’ କହୁଥିବା ଛାତ୍ରଙ୍କୁ ଦଣ୍ଡ ଦେବାର ଖୁଲାସା ପରେ ଯାଞ୍ଚ ଆଦେଶ ଦିଆଯାଇଛି।

ମାନସ ମନ୍ଦିର ନାମକ ସାମଜିକ ସଂସ୍ଥାର ପ୍ରବନ୍ଧକ ଶିବ କୁମାର ଜୟସବାଲଙ୍କ କହିବାନୁସାରେ, ସଂସ୍ଥାର ଅନ୍ୟ ଅଧିକାରୀଙ୍କ ସହିତ ଶୁକ୍ରବାର ଜି.ଏମ.ଏ.ଏମ ଇଣ୍ଟର କଲେଜ ଗସ୍ତରେ ଯାଇଥିଲେ। ଏହି ସମୟରେ ବିଦ୍ୟାଳୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହିତ କଥାବର୍ତ୍ତା ହୋଇଥିଲେ।

ଏଏନ୍‌ଆଇ ଅନୁସାରେ, ଭିଡିଓରେ କଥାବାର୍ତ୍ତା ହେଉଥିବା ସମୟରେ ଅର୍ଥଶାସ୍ତ୍ରର ଶିକ୍ଷକ ସଞ୍ଚୟ ପାଣ୍ଡ୍ୟା କହୁଛନ୍ତି କି, ତାଙ୍କ ସ୍କୁଲରେ କେହି ଛାତ୍ର ‘ବନ୍ଦେମାତରମ୍‌’ ଓ ‘ଭାରତ ମାତା କି ଜୟ’ କହି ପାରିବେ ନାହିଁ। ସେ କହିଥିଲେ ବିଦ୍ୟାଳୟରେ କୌଣସି ଛାତ୍ର ଯଦି ଦେଶଭକ୍ତି ଦେଖାଇବ ତେବେ ତାକୁ ଦଣ୍ଡ ମିଳିବ। ତେବେ ଏହି ଘଟଣା ନେଇ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ଯାଞ୍ଚ ରିପୋର୍ଟ ଆସିଲେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଉଚିତ ଦଣ୍ଡ ମିଳିବ।

ସମ୍ବନ୍ଧିତ ଖବର