ଷ୍ଟଡିଟୁର୍‌ରେ ଓଡ଼ିଶା ଆସିଥିବା ବେଳେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗର  ମାସକ ପରେ ଘରେ ପଶି ପ୍ରିନ୍ସିପାଲଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଶିମ୍‌ଲା : ସୋମବାର  ହିମାଚଳପ୍ରଦେଶରେ ଏକ ସ୍କୁଲର ପ୍ରିନ୍ସିପାଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି । କିଛି ଅଜଣା ଯୁବକ ତାଙ୍କ ଘରେ ପଶି ତାଙ୍କୁ ଲୁହା ରଡରେ ପିଟି ଓ ଛୁରୀ ଭୁସି ହତ୍ୟା କରିଥିବା ବେଳେ ଏହି ଘଟଣାରେ ତାଙ୍କ ସ୍ତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ସ୍କୁଲ୍‌ ପିଲାଙ୍କୁ ଧରି ଷ୍ଟଡିଟୁର୍‌ରେ ଓଡ଼ିଶା ଆସିଥିବା ବେଳେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାର ପ୍ରତିଶୋଧ ନେବାଲାଗି  ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରିଛି ।

ସୂଚନା ମୁତାବକ, ଶିବାଲିକ୍‌ ସାଇନ୍ସ ସ୍କୁଲର ପ୍ରିନ୍ସିପାଲ ଭଗତ ରାମ ସାଇନି ଗତ ମାସରେ ସ୍କୁଲ ପିଲାଙ୍କୁ ନେଇ ଷ୍ଟଡ଼ି ଟୁର୍‌ରେ ଓଡ଼ିଶା ଆସିଥିବା ବେଳେ ସ୍କୁଲର ଛାତ୍ରୀଙ୍କୁ  ସହ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ପୁଲିସରେ କେହି ଅଭିଯୋଗ ନ କରିବାରୁ ତାଙ୍କୁ ଗିରଫ କରାଯାଇ ନଥିଲା । କୁହାଯାଉଛି କି ସେ ସଂପୃକ୍ତ ଛାତ୍ରୀଙ୍କୁ ଅଭିଯୋଗ ନ କରିବାକୁ ଧମକ ଦେଇଥିଲେ।

News18.com

କିନ୍ତୁ ସୋମବାର ସକାଳେ  ହଠାତ୍‌ କିଛି ଯୁବକ ଭଗତଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ।  ଏହି ଘଟଣାରେ ତାଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ତାଙ୍କ ପୁଅର ଗୋଡ଼ ହାତବାନ୍ଧି ଦେଇଥିଲେ ଦୁର୍ବୃତ୍ତ। ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିିଟିଭି ଫୁଟେଜ୍‌ ଚେକ୍‌ କରିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର