୪ ବର୍ଷୀୟ ସ୍କୁଲ ଛାତ୍ରୀକୁ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ,ଶିକ୍ଷକଙ୍କୁ ମିଳିଲା ଫାଶୀ ଦଣ୍ଡ

ଜବଲପୁର : ସତନାର ଜିଲ୍ଲା ଅଦାଲତ ଏବେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ପେସାରେ ଜଣେ ଶିକ୍ଷକ ହୋଇଥିବା ବେଳେ ସେ ନିଜର ଜଣେ ୪ ବର୍ଷୀୟ ଛାତ୍ରୀଙ୍କ ସହ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ । ଜଙ୍ଗଲକୁ ନେଇ ଏଭଳି ଅପରାଧ କରିଥିବା ବେଳେ ପୀଡ଼ିତା ମରି ଯାଇଥିବା ଭାବି ସେଠାରେ ତାଙ୍କୁ ଛାଡ଼ି ଚାଲି ଆସିଥିଲେ । କିନ୍ତୁ ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ଅଣା ଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ଘଟଣାଟି ଗତ ବର୍ଷ ଘଟିଥିବା ବେଳେ ଅଭିଯୁକ୍ତକୁ ଜବଲପୁର ଜେଲ୍‌ରେ ମାର୍ଚ୍ଚ ୨ରେ ଫାଶୀ ଦଣ୍ଡ ଦିଆଯିବ ବୋଲି ଜଣା ପଡ଼ିଛି । ଯଦି ସୁପ୍ରିମ୍‌ କୋର୍ଟ ଏହି ଆଦେଶ ଉପରେ ରହିତାଦେଶ ଜାରି ନ କରନ୍ତି,ତେବେ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨ରେ ଫାଶୀ ଦେଇ ଦିଆଯିବ ।

The Citizen

ସୂଚନା ମୁତାବକ, ଅଭିଯୁକ୍ତ ପୀଡ଼ିତାଙ୍କୁ ଜୁନ୍‌ ୩୦,୨୦୧୮ରେ ତାଙ୍କ ଘରୁ ଅପହରଣ କରି ପାଖ ଜଙ୍ଗଲକୁ ନେଇ ଯାଇଥିଲେ । ଏହା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ଜଙ୍ଗଲରେ ମୃତ ବୋଲି ଭାବି ଛାଡ଼ି ଚାଲି ଆସିଥିଲେ । ଏହା ପରେ ପରିବାର ଲୋକେ ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ସାହାଯ୍ୟରେ ଚାଟାର୍ଡ ପ୍ଲେନ୍‌ ଜରିଆରେ ଦିଲ୍ଲୀର ଏମ୍ସକୁ ଆଣିଥିଲେ । ଘଟଣାର କିଛି ସମୟ ପରେ ପୁଲିସ ଅଭିଯୁକ୍ତ ମହେନ୍ଦ୍ରକୁ କାବୁ କରି ନେଇଥିଲେ । ଜବଲପୁର ସେଣ୍ଟ୍ରାଲ ଜେଲ୍‌ ଅଧୀକ୍ଷକ ଗୋପାଲ ତାମ୍ରକରଙ୍କ କହିବା ଅନୁଯାୟୀ, ଆମକୁ ଶୁଣାଣିର ନକଲ ମିଳି ନାହିଁ । କିନ୍ତୁ ଏକ ଇ-ମେଲ ମିଳିଛି । ଯେଉଁଥିରେ ମହେନ୍ଦ୍ରଙ୍କୁ ମାର୍ଚ୍ଚ ୨ରେ ଫାଶୀ ଦିଆଯିବା କଥା ଲେଖା ଯାଇଛି ।

ସମ୍ବନ୍ଧିତ ଖବର