ଭୂତ ବନି ହଷ୍ଟେଲରେ ଛାତ୍ରୀଙ୍କୁ ଭୟଭୀତ କରାଇବା ସହିତ ଅସଦାଚରଣ କରୁଥିଲେ ଓ୍ଵାଡେନ୍‌ !

ମେରଠ:  ଉତ୍ତର ପ୍ରଦେଶ ମେରଠର ଖରଖୋଦା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀମାନେ ସ୍କୁଲର ଓ୍ଵାଡେନ୍‌ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ଛାତ୍ରୀମାନେ ଅଭିଯୋଗ ଆଣି କହିଛନ୍ତି, ସ୍କୁଲର ଓ୍ଵାଡେନ୍‌ ତାଙ୍କର କୌଣସି ଜଣେ ସାଙ୍ଗ ସହିତ ମିଶି ପ୍ରତିଦିନ ରାତିରେ ଭୂତ ହୋଇ ହଷ୍ଟେଲର ଛାତ୍ରୀମାନଙ୍କୁ ଭୟଭୀତ କରାଇ ଥାଆନ୍ତି। କେତେବେଳେ ହାତରେ ଫରଫ୍ୟୁମ୍‌ ନେଇ ତ କେତେବେଳେ ମୁହଁରେ କପଡ଼ା ଗୁଡାଇ ଭୂତ ପୋଷାକ ପିନ୍ଧି ଡରାଇ ଥାଆନ୍ତି। ଯିଏ ବି ଏ ବିଷୟରେ ଜାଣନ୍ତି, ଯଦି ଏହାର ବିରୋଧ କରନ୍ତି ସେ ମାରପିଟ ଆରମ୍ଭ କରି ଦିଅନ୍ତି। ଏହି ଘଟଣାକୁ ନେଇ ଅନେକ ଥର ଅଭିଯୋଗ ମଧ୍ୟ କରାଯାଇଛି। ଯେଉଁ ଛାତ୍ରୀ ବି ଏହି ଘଟଣା ସମ୍ପର୍କରେ ମୁହଁ ଖୋଲନ୍ତି ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଇଥାଏ। କେବଳ ଏତିକି ନୁହେଁ, ସେ ଅନେକ ଛାତ୍ରୀଙ୍କ ସହ ଅସଦାଚରଣ ମଧ୍ୟ କରିଛନ୍ତି। କୌଣସି ପ୍ରକାର ଛାତ୍ରୀମାନେ ଏକଜୁଟ ହୋଇ ସାହାସ ଜୁଟାଇ ବିଏସଏ ଓ ଡିଏମଙ୍କୁ ଚିଠି ଲେଖି ଏହି ମାମଲା ସମ୍ପର୍କରେ ଅବଗତ କରାଇ ସୁରକ୍ଷା ଦାବି କରିଥିଲେ। ଏହାପରେ ଅଧିକାରୀ ଯାଞ୍ଚ ଆରମ୍ଭ କରିଥିଲେ। ଯାଞ୍ଚ ପରେ ହଷ୍ଟେଲ ଓ୍ଵାଡେନ୍‌ ପୁନମ ଭାରତୀଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

ଏହି ଘଟଣାକୁ ନେଇ ହଷ୍ଟେଲ ଓ୍ଵାଡେନ୍‌ ପୁନମ ଭାରତୀ କହନ୍ତି, ମୋ ବିରୋଧରେ ବାରମ୍ବାର ଏଭଳି ଅଭିଯୋଗ ଆଣି ମୋତ ବଦନାମ୍‌ କରିବାକୁ ଚେଷ୍ଟା କରାଯାଉଛି।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପାଖାପାଖି ୧୦୦ରୁ ଊର୍ଧ୍ୱ ଛାତ୍ରୀ ପାଠ ପଢ଼ନ୍ତି।

ସମ୍ବନ୍ଧିତ ଖବର