ସଚିବାଳୟର ମହିଳା ପିଅନ ଗିରଫ

ଜମି ଦେବାକୁ କହି ୬୦ ଲକ୍ଷ ଟଙ୍କାର ଠକେଇ

ଭୁବନେଶ୍ୱର: ଜମି ଦେବାକୁ କହି ଜଣେ ସରକାରୀ କର୍ମଚାରୀ ଠକି ନେଇଛନ୍ତି ୬୦ ଲକ୍ଷ ଟଙ୍କା। ଏନେଇ ଠକେଇର ଶିକାର ହୋଇଥିବା ମହିଳା ଥାନାରେ ଅଭିଯୋଗ କରିବାରୁ ପୁଲିସ ଠକେଇର ମାଷ୍ଟରମାଇଣ୍ଡ କୁହା ଯାଉଥିବା ମହିଳାଙ୍କୁ ଗିରଫ କରିଛି। ତାଙ୍କ ନାଁ ସରସ୍ୱତୀ ପଟ୍ଟନାୟକ। ଘର କଟକସଦର ଥାନା ଅଧୀନ ନଖରାରେ। ସରସ୍ୱତୀ  ନଖରା କାଚେରାମାଳରେ ବନଜ୍ୟୋତ୍ସ୍ନା ଦାସ ନାମକ ଜଣେ ମହିଳାଙ୍କୁ  ୨୦୧୩ ମସିହାରେ ଜମି ଦବାକୁ କହି ପ୍ରାୟ ୩୦ ଲକ୍ଷ ଟଙ୍କା  ନେଇଥିଲେ।  ସରସ୍ୱତୀ ସଚିବାଳୟର ଜଣେ ସରକାରୀ କର୍ମଚାରୀ ହୋଇଥିବାରୁ ବନଜୋତ୍ସ୍ନାଙ୍କ ମନରେ ସନ୍ଦେହ ହୋଇନଥିଲା। ଟଙ୍କା ଦେବାର କିଛି ଦିନ ପରେ ସେ ଜମି ବାବାଦରେ ପଚାରିବାରୁ ସେ ଆଉ ଧରା ଛୁଆଁ ଦେଇନଥିଲେ। ଏନେଇ ସନ୍ଦେହ ହେବାରୁ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଟଙ୍କା ନେବା ପରେ ସରସ୍ୱତୀ ଘର ବଦଳାଇ କଟକ ସଦର ଥାନା ଅଞ୍ଚଳରେ ରହୁଥିବା ପୁଲିସକୁ ଖବର ମିଳିଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ତାଙ୍କୁ କଟକରୁ ଗିରଫ କରିଥିଲା।  ଏନେଇ ତାଙ୍କୁ ପଚରା ଉଚରା କରିବାରୁ ଏଥିରେ ତାଙ୍କ ପୁଅ ଓ ବୋହୂ ମଧ୍ୟ ସାମିଲ୍‌ ଥିିବା କଥା  ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର