ମା’ମରିଯିବା ପରେ ମାମୁଁ-ମାଇଁଙ୍କ ପାଖରେ ୭ବର୍ଷର ଝିଅକୁ ଛାଡ଼ିଲା ବାପା, ପାଳିବାରେ ଅସୁବିଧା ହେବାରୁ ଅଜା ପାଖରେ ଛାଡ଼ି ଚାଲିଗଲେ ମାମୁଁ-ମାଇଁ, ଦୁଷ୍କର୍ମ କରି ଅନାଥାଶ୍ରମ ବାହାରେ ଛାଡ଼ି ଚାଲିଗଲା ଅଜା

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ମରିଯାଇଛି ମାନବିକତା । ଦିଲ୍ଲୀରେ ୭ବର୍ଷର ନାତୁଣୀ ସହ ଦୁଷ୍କର୍ମ କରିବାକୁ ପଛାଇ ନାହିଁ ଅଜା । ଦୁଷ୍କର୍ମ କରିବା ପରେ ପାଳିବାକୁ ପଡ଼ିବ ବୋଲି ଅଭିଯୁକ୍ତ ପୀଡ଼ିତାଙ୍କୁ ଅନାଥାଶ୍ରମ ବାହାରେ ଛାଡ଼ିଥିବା ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ପୀଡ଼ିତାଙ୍କ ବାପାଙ୍କ ଅତ୍ୟାଚାର ସହି ନ ପାରି ତାଙ୍କ ମା’ ଦୁଇ ବର୍ଷ ପୂର୍ବରୁ ଆତ୍ମହତ୍ୟା କରିଥିଲେ । ବର୍ଷେ ପାଳିବା ପରେ ପୀଡ଼ିତାଙ୍କ ବାପା ପୀଡ଼ିତାଙ୍କୁ ତାଙ୍କ ମାମୁଁ-ମାଇଁଙ୍କ ପାଖରେ ଛାଡ଼ି ଦେଇଥିଲେ । କିନ୍ତୁ ପୀଡ଼ିତାଙ୍କୁ ନେଇ ତାଙ୍କ ମାମୁଁ-ମାଇଁଙ୍କ ମଧ୍ୟରେ ସବୁ ବେଳେ ଝଗଡ଼ା ହେବାରୁ ସେମାନେ ପୀଡ଼ିତାଙ୍କୁ ଅଜାଙ୍କ ପାଖରେ ଛାଡ଼ି ନଜଫଗଡ଼କୁ ରହିବା ପାଇଁ ଚାଲି ଯାଇଥିଲେ ।

Free Press Journal

ଅଜା ପାଖରେ ଏକା ରହିବା ପରେ ଏହାର ଫାଇଦା ଉଠାଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଅଜା । ଦେଖିବା ପାଇଁ କେହି ନଥିବାରୁ ଅଭିଯୁକ୍ତ ବାରମ୍ବାର ଏ ଅପରାଧ କରିବାକୁ ଲାଗିଥିଲେ । ବଡ଼ ହୋଇ ପୀଡ଼ିତା ଅଭିଯୁକ୍ତ କରିଥିବା ଅପରାଧ ବିଷୟରେ ଜଣାଇଦେବ ବୋଲି ଡ଼ରରେ ଶେଷରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଅନାଥାଶ୍ରମରେ ଛାଡ଼ି ଦେଇଥିଲେ ଅଜା। ଅନାଥାଶ୍ରମର କର୍ମଚାରୀ ପୀଡ଼ିତାଙ୍କୁ ଉଦ୍ଧାର କରି ସବୁ ବିଷୟରେ ପଚାରିବା ପରେ ଧିରେ ଧିରେ ସବୁ କହିଥିଲେ ପୀଡ଼ିତା । ସବୁ ଜଣା ପଡ଼ିବା ପରେ ପୁଲିସକୁ ଏ ନେଇ ସୂଚନା ଦିଆଯାଇଥିଲା । ତଦନ୍ତ ପରେ ଅଗଷ୍ଟ ୧୪ରେ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର