ବ୍ରହ୍ମପୁର: ସେକ୍ସ ରାକେଟ୍‌ ପର୍ଦ୍ଦାଫାସ୍‌, ଦେହଜୀବୀ, ଦଲାଲ୍‌ ଓ ୩ ଗ୍ରାହକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଓମ୍‌ ବିହାର ରେସିଡେନ୍ସିଆଲ୍‌ କଲୋନିର ଏକ ଫ୍ଲାଟରେ ଚଢ଼ାଉ କରି ପୁଲିସ ଦେହଜୀବୀ ଓ ଗ୍ରାହକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ଏକ ସେକ୍ସ ରାକେଟ ଚାଲିଥିବା ପୁଲିସକୁ ଖବର ମିଳିବା ପରେ ସକାଳ ପ୍ରାୟ ୮.୩୦ ସମୟରେ ଏକ ଭଡ଼ା ଘର ଉପରେ ପୁଲିସ୍‌ ଚଢ଼ାଉ କରିଥିଲା। ଅସଞ୍ଜତ ଅବସ୍ଥାରେ ଜଣେ ଦେହଜୀବୀଙ୍କ ସହ ତିନି ଜଣ ଗ୍ରାହକଙ୍କୁ ଧରିଥିଲା ପୁଲିସ୍‌। ଏଥିସହ ଏହି ରାକେଟ ଚଳାଉଥିବା ଜଣେ ମହିଳା ମଧ୍ୟ ଧରାପଡ଼ିଛନ୍ତି। ତେବେ ଦେହଜୀବୀ ଜଣକ ରାଜ୍ୟ ବାହାରର ବୋଲି ପୁଲିସ ସନ୍ଦେହ କରୁଛି। ବେଶ୍‌ କିଛି ଦିନ ହେବ ଏହି ଫ୍ଲାଟରେ ଦେହ ବ୍ୟବସାୟ ଚାଲିଥିବା ଜଣଶପଡ଼ିଛି। ଏହି ମାମଲାରେ ଗୋସାଁଇନୂଆଗାଁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ସହରରେ ସଂଗଠିତ ଭାବେ ଏକାଧିକ ସେକ୍ସ ରାକେଟ ସକ୍ରିୟ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର