ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଉଜ୍ଜେନରେ ଥିବା ଚରକ ଡାକ୍ତରଖାନାରେ ପୁଲିସ ଚଢ଼ଉ କରି ୧୦ଜଣ ଯୁବକ-ଯୁବତୀ ଙ୍କୁ ଗିରଫ କରିଛି । ୪ଜଣ ଯୁବତୀ ଓ ୬ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ପୁଲିସ ଗିରଫ କରିଥିବା ବେଳେ ଡାକ୍ତରଖାନାର ଉପର ମହଲାକୁ ବେଶ୍ୟାଳୟ କରି ଦିଆଯାଇଥିଲା ବୋଲି ଜଣା ପଡ଼ିଛି । ପୁଲିସକୁ ଏ ନେଇ ପ୍ରଥମେ ଗୁପ୍ତ ସୂଚନା ମିଳିବା ପରେ ଚଢ଼ଉ କରିବାର ଯୋଜନା ପ୍ରସ୍ତୁତ କରିଥିଲା ପୁଲିସ । ଚଢ଼ଉ ପରେ ଡାକ୍ତରଖାନାର ଉପର ମହଲାରେ ଖାଲିଥିବା ଘରକୁ ବେଶ୍ୟାବୃତ୍ତି ପାଇଁ ବ୍ୟବହାର କରାଯାଉଥିବା ସାମ୍ନାକୁ ଆସିଥିଲା ।
Oneindia Hindiପୁଲିସର ସୂଚନା ମୁତାବକ, କିଛି ଅସାମାଜିକ ଲୋକ ଡାକ୍ତରଖାନାର ଉପର ମହାଲାରେ ଏଭଳି ଅପରାଧିକ କାମ ଆରମ୍ଭ କରିଥିଲେ । ଜଣେ ନାବାଳିକାଙ୍କୁ ଜୋର ଜବରଦସ୍ତ ବେଶ୍ୟାବୃତ୍ତିକୁ ଠେଲି ଦିଆଯିବା ପରେ ତାଙ୍କୁ ଡାକ୍ତରଖାନାର ଉପର ମହଲାକୁ ଅଣାଯାଇ ବେଶ୍ୟାବୃତ୍ତି କରିବା ପାଇଁ ବାଧ୍ୟ କରାଯାଇଥିଲା । ପରେ ସେ ଗର୍ଭବତୀ ହେବାରୁ ପୁଲିସରେ ଯାଇ ପୂରା ଘଟଣା ଜଣାଇଥିଲେ । ନାବାଳିକାର ଅଭିଯୋଗ ପାଇ ପୁଲିସ ଚଢ଼ଉ କରିବା ପରେ ଖବରଟି ସତ ବୋଲି ସାମ୍ନାକୁ ଆସିଥିଲା । ଏବେ ଏହି ମାମଲାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/call-girls-1568187361.jpg)