ରାମ୍‌ ରହିମ୍‌ଙ୍କ ଭକ୍ତ ଚଳାଉଥିଲେ ସେକ୍ସ ରାକେଟ୍‌, ଚଢାଉ ବେଳେ ଦେହଜୀବୀଙ୍କ ସହ ଗୁପ୍ତ ସୁଡଙ୍ଗ ଦେଇ ଖସିଗଲେ

କୋଲକାତା : କୋଲକାତାର ବଡ଼ ବଜାରରେ ପୁଲିସ ଚଢଉ କରି ଏକ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାପାସ୍‌ କରିଛି । ସ୍ଥାନୀୟ ଲୋକଙ୍କ ଠାରୁ ଏକ ଆବାସିକ ଅଞ୍ଚଳରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ପାଇବା ପରେ ପୁଲିସ୍‌ ଏହି ଚଢାଉ କରିଥିଲା । ତେବେ ଏହି ସେକ୍ସ ର‍୍ୟାକେଟ୍‌ ଚଳାଉଥିବା ପ୍ରମୋଦ ସିଙ୍ଘାଣିଆ ଓ କେତେକ ଦେହଜୀବୀ ଏକ ସୁଡଙ୍ଗ ଦେଖି ଖସିଯାଇଥିବା ଜଣାପଡ଼ିଛି । ସୁଡଙ୍ଗର ଦ୍ୱାରରେ ଲୁଗାପଟା ରଖାଯାଇଥିବାରୁ ପୁଲିସ ତାହାକୁ ଠଉରାଇ ପାରି ନ ଥିଲା ।

ମିଳିଥିବା ସୂଚନା ଅନୁସାରେ ବଡ଼ ବଜାରରେ ଥିବା ଏକ କୋଠାରେ ବେଶ୍‌ କିଛି ଦିନ ହେବ ଦେହ କାରାବାର ଚାଲୁଥିଲା । କୋଠାର ମାଲିକ ପ୍ରମୋଦ ସିଙ୍ଘାଣିଆ ଏହି କାରବାର ଚଳାଉଥିଲା । ଆଉ ଘଟଣାକ୍ରମରେ ଜଣାଯାଇଛି କି ସିଙ୍ଘାଣିଆ ସାଧ୍ୱୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଡେରା ସଚ୍ଚା ସଉଦା ମୁଖ୍ୟ ଗୁରୁମିତ ରାମରହିମ୍‌ଙ୍କ ଅନୁଗାମୀ ।

National Herald

ପୁଲିସ ଚଢାଉ ସମୟରେ କୋଠାର ଗୋଟିଏ ମହଲାରେ ବହୁ ସଂଖ୍ୟକ ୧୦ ଫୁଟରେ ୧୦ ଫୁଟ୍‌ ଆକାରର କାଠ ତିଆରି କ୍ୟାବିନ୍‌ ଥିବା ଦେଖିବାକୁ ମିଳିଛି । ଗତ ଡିସେମ୍ବର ୨୫ ତାରିଖ ରାତିରେ ଏହି କ୍ୟାବିନରେ ସ୍ଥାନୀୟ ବାସିନ୍ଦା ଯୁବକ-ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଫଳରେ କୋଠାରେ ଦେହ ବ୍ୟବସାୟ ହେଉଥିବା ସନ୍ଦେହ ଘନୀଭୂତ ହୋଇଥିଲା ।

ଏହାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କୋଠାରେ ଥିବା କାଠ କ୍ୟାବିନ୍‌ ଗୁଡ଼ିକ ଭଙ୍ଗାରୁଜା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସ ସେଠାରେ ପହଞ୍ଚିିଥିଲା । ଏହି ଗଣ୍ଡଗୋଳ ଚାଲୁଥିବା ବେଳେ ସେକ୍ସ ରାକେଟ୍‌ର କିଙ୍ଗ୍‌ପିନ୍‌ ସିଙ୍ଘାଣିଆା ଏବଂ ଅନ୍ୟ ଦେହଜୀବୀ ଗୁପ୍ତ ସୁଡଙ୍ଗ ବାଟେ ଖସି ପାରିଥିଲେ । ମୁଖ୍ୟ ଅଭିଯୁକ୍ତ ଏବେ ଫେରାର୍‌ ଅଛି ।

ସମ୍ବନ୍ଧିତ ଖବର