ବୁଲା କୁକୁର ସହ ସେକ୍ସ କରୁଥିବା ଅବସ୍ଥାରେ ଧରାପଡ଼ିଲେ ୩୫ ବର୍ଷିଅ ବ୍ୟକ୍ତି, ଲାଗିଲା ୩୭୭ ଧାରା

କୋଲକାତା: କୋଲକାତାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ୩୫ ବର୍ଷିଅ ବ୍ୟକ୍ତି ଏକ ବୁଲା କୁକୁରକୁ ଏକ ଘରକୁ ନେଇ ତାହା ସହ ସେକ୍ସ କରିଥିବା ଅଭିଯୋଗରେ ପୁଲିସ୍‌ ହାତରେ ଗିରଫ ହୋଇଛି। ଏହି ବ୍ୟକ୍ତିର ପରିବାର ଲୋକ ବିହାରରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ବ୍ୟକ୍ତି ଜଣକ ଏପରି କରିଥିଲା ଜାଣିବାକୁ ମିଳିଛି।

ସହରର ଲେକ୍‌ ଟାଉନ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ବ୍ୟକ୍ତି ଜଣକ ଏପରି କରୁଥିବା ସମୟରେ ୩ ଜଣ ବନ୍ଧୁ ସେପଟେ ଯାଉଥିବାରୁ ସେମାନଙ୍କ ଆଖିରେ ଏହି ଘଟଣା ପଡ଼ିବା ପରେ ଏହା ସର୍ବସମ୍ମୁଖକୁ ଆସିଛି। ବ୍ୟକ୍ତି ଜଣକ କୁକୁରକୁ ନେଇ ସେଠାରେ ଥିବା ଏକ ପେପର୍‌ କାରଖାନାକୁ ନେଇ ଏପରି କାର୍ଯ୍ୟ କରୁଥିବା ବେଳେ ଯେତେବେଳେ ଦେଖିଲେ ଯେ ୩ ଜଣ ତାଙ୍କ ଆଡ଼େ ଆସୁଛନ୍ତି ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।

ସେହି ୩ ବନ୍ଧୁ ତା’ପରେ କୁକୁରଟିକୁ ନେଇ ପଶୁ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ କୁକୁରଟିର ଚିକିତ୍ସା କରାଇବା ସହ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ବିଳମ୍ବିତ ରାତ୍ରରେ ଗିରଫ କରିଥିଲା। ଏହି ବ୍ୟକ୍ତଙ୍କ ଉପରେ ୩୭୭ ଧରା ଲଗାଯାଇଛି।

ସମ୍ବନ୍ଧିତ ଖବର