ଭାଇ-ଭଉଣୀକୁ ପ୍ରେମୀଯୁଗଳ ଭାବି ବିଚ୍ ରାସ୍ତାରେ ଅସଦାଚରଣ, ଭିିଡିଓ ତିଆରି କରି ଭାଇରାଲ କଲେ ୩ ଅଭିଯୁକ୍ତ
ଗୋରଖ୍ପୁର : ଉତ୍ତରପ୍ରଦେଶର ଗୋରଖ୍ପୁରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ବିଚ୍ ରାସ୍ତାରେ ଭାଇ-ଭଉଣୀଙ୍କୁ ପ୍ରେମୀଯୁଗଳ ଭାବି ସେମାନଙ୍କ ସହ ଅସଦାଚରଣ କରିଥିବାର ଖବର ସମସ୍ତଙ୍କୁ ଆନ୍ଦୋଳିତ କରିଛି । ସେହି ସମୟରେ ରେକର୍ଡର୍ କରାଯାଇଥିବା ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପ୍ଲୋଡ଼ କରାଯାଇଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ପିଉସୀଙ୍କ ପୁଅ ସହ ପୀଡ଼ିତା ଜଣଙ୍କ ଘରକୁ ଫେରୁଥିବା ବେଳେ ସେହି ସମୟରେ ଏକ ଜନଶୂନ୍ୟ ସ୍ଥାନରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ ୩ ଜଣ ଦୁର୍ବୃତ୍ତ । ସେମାନଙ୍କୁ ପ୍ରେମୀଯୁଗଳ ଭାବି ସେମାନଙ୍କୁ ଡ଼ରାଇବା ସହ ପୀଡ଼ିତାଙ୍କ ସହ ଅସଦାଚରଣ କରିଥିଲେ । ପୀଡ଼ିତାଙ୍କ ଭାଇ ପାଟି କରିବାରୁ ତାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ କରିବାର ଧମକ ମଧ୍ୟ ଦେଇଥିଲେ । ଯାହା ଫଳରେ ଡ଼ରରେ ପୀଡ଼ିତାଙ୍କ ଭାଇ କିଛି କରି ପାରି ନଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପୂରା ଘଟଣାର ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ । ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ଭିଡ଼ିଓର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା ।