ସେଲଟର ହୋମରେ ଶାରୀରିକ ନିର୍ଯାତନା : ନାବାଳିକାମାନଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରାଯାଉଥିବାର ଅଭିଯୋଗ

ନୂଆଦିଲ୍ଲୀ:ଦିଲ୍ଲୀ ମହିଳା କମିଶନ୍‌ ପକ୍ଷରୁ ଥାନାରେ ଏକ ଏତାଲା ଦିଆଯାଇଛି। ସେହି ଏତଲାରେ ଉଲ୍ଲେଖ କରାଯାଇଛି ଦିଲ୍ଲୀର ସେଲଟର ହୋମ୍‌ରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। କେତେକ ୬ରୁ ୧୫ ବର୍ଷୀୟ ନାବାଳିକା କହିଛନ୍ତି ଯେ ସେଲଟର ହୋମ୍‌ରେ ଥିବା ମହିଳା କର୍ମଚାରୀମାନେ ସେମାନଙ୍କର ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ପୁରାଇ ଦେଉଥିଲେ।
ସେହି ପିଲାମାନଙ୍କୁ ଘର ସଫା କରିବା,ବାସନ ମାଜିବା,କପଡା ଧୋଇବା,ଶୌଚାଳୟ ସଫା କରିବା ଏପରିକି ରୋଷେଇ କାମରେ ବି ସହାୟତା କରିବାକୁ ବାଧ୍ୟ କରାଯାଉଛି ବୋଲି ଅଭିଯୋଗ ଆଣିଥିଲେ। ଏଥିପାଇଁ ମନା କଲେ ଦ୍ୱାରକା ଅଞ୍ଚଳରେ ଥିବା ସେଲଟର ହୋମର ଏହି ନାବାଳିକାମାନଙ୍କୁ ଏଭଳି ଦଣ୍ଡ ଦିଆଯାଉଥିଲା ବୋଲି ଅଭିଯୋଗ ଆସିଛି। ସେହି ସେଲଟର ହୋମ୍‌ରେ ୨୨ଜଣ ନାବାଳିକାଙ୍କ ପାଇଁ ଜଣେ ମାତ୍ର ରୋଷେଇୟା ଅଛନ୍ତି। ସେଠାରେ ଦିଆଯାଇଥିବା ଖାଦ୍ୟ ବି ଉନ୍ନତ ମାନର ନୁହେଁ ବୋଲି ଅଭିଯୋଗ ହୋଇଛି। ସେମାନଙ୍କୁ ଅଧିକାଂଶ ସମୟରେ ଶାରୀରିକ ନିର୍ଯାତନା ବି ଦିଆଯାଉଥିଲା। ଏହି ଅଭିଯୋଗ ଆସିବା ଆଗରୁ ଏକ ବିଶେଷଜ୍ଞ କମିଟି ଗଠିତ ହୋଇଥିଲା।

ସମ୍ବନ୍ଧିତ ଖବର