ଯୁବକକୁ ଗିରଫ ପରେ ହସ୍‌ପିଟାଲ ବାହାରେ ଗୋଟିଏ ରାତି ଭୋକ ଉପବାସରେ ବାନ୍ଧିବା ପରେ ତା’ପର ଦିନ ଚିକିତ୍ସା ପାଇଁ କାହିଁକି ଭର୍ତ୍ତି କରାଗଲା ଜାଣନ୍ତୁ

ସୟୋପୁର: ସୟୋପୁର ଜିଲ୍ଲା ହସ୍‌ପିଟାଲ ବାହାରେ ଯୁବକକୁ ପଶୁଙ୍କ ଭଳି ବାନ୍ଧି ରଖିବାର ଏକ ଘଟଣା ସାମ୍ନାକୁ ଆସିଛି। ଭୋକ ଉପବାସରେ ରାତିସାରା ହସ୍‌ପିଟାଲ ବାହାରେ ରହିବା ପରେ ତା’ପର ଦିନ ସକାଳେ ଉକ୍ତ ଯୁବକକୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଶନିବାର ଅପରାହ୍ନରେ ଜେଦା ମଣ୍ଡିରେ ଜିମ୍ପ ଅଧ୍ୟକ୍ଷ କବିତା ମିଣାଙ୍କ କ୍ଷେତରେ ଜଣେ ଯୁବକ ବୁଲୁଥିଲା। ତେବେ ଏଠାରେ କହି ରଖୁଛୁ କି, ମାସକ ପୂର୍ବରୁ ଜିମ୍ପ ଅଧ୍ୟକ୍ଷଙ୍କ ଘରୁ ପାଖାପାଖି ୧୫ଲକ୍ଷ ଟଙ୍କା ଚୋରି ହୋଇଯାଇଥିଲା। ଏଥିପାଇଁ ଜିମ୍ପ ଅଧ୍ୟକ୍ଷଙ୍କ ପିତା ସୁରେଶ ମିଣା କ୍ଷତରେ ଜଣେ ଯୁବକ ବୁଲୁଥିବା ଦେଖିବାକୁ ପାଇଥିଲେ। ଉକ୍ତ ଯୁବକକୁ ଚୋର ବୋଲି ଭାବି ପୁଲିସକୁ ଏନେଇ ସୂଚନା ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଏହି ଯୁବକ ମାଟିର ଢ଼େଲା ଫିଙ୍ଗିବାକୁ ଲାଗିଥିଲା। କଳେବଳେ କୌଶଳେ ପୁଲିସ ଉକ୍ତ ଯୁବକକୁ କାବୁ କରି ନେଇଥିଲା। କୋତବାଲି ପୁଲିସ ରାତିରେ ଯୁବକକୁ ହସ୍‌ପିଟାଲ ନେଇ ଯାଇଥିଲା କିନ୍ତୁ ହସ୍‌ପିଟାଲରେ ଭର୍ତ୍ତି କରିବାକୁ ଯାଗା ନମିଳିବାରୁ ତାକୁ ହସ୍‌ପିଟାଲ ପିଲରରେ ବାନ୍ଧି ଦେଇଥିଲା। ରାତିସାରା ଯୁବକ ଏଭଳି ଅବସ୍ଥାରେ ଭୋକ ଉପବାସରେ ରହିବା ପରେ ତା’ପର ଦିନ ସକାଳେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତର ଚିକିତ୍ସା ଆରମ୍ଭ କରିଥିଲେ। ଉକ୍ତ ଯୁବକଙ୍କ ଘର ବଗଓ୍ଵାଡା ଗ୍ରାମରେ ଓ ନାମ ଗୋକୁଲ ବୋଲି ଜଣାପଡ଼ିଛି। ଡାକ୍ତରଙ୍କ କହିବାନୁସାରେ, ଯୁବକଙ୍କ ମାନସିକସ୍ଥିତି ଖରାପ ରହିଛି।

ସମ୍ବନ୍ଧିତ ଖବର