ଲଭ୍ ଜିହାଦ୍ ପରେ ଘରକୁ ଆସିିଥିବା ଝିଅ ସହ ପରିବାର ଲୋକ କଲେ ଏଭଳି ବର୍ବର କାଣ୍ଡ !
ସିମ୍ଲା : ହିମାଚଳ ପ୍ରଦେଶର ସିର୍ମୌର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଲଭ୍ ଜିହାଦ୍ ମାମଲାରେ ଝିଅକୁ ଘରକୁ ଡ଼ାକି ହତ୍ୟା କରିବା ସହ କାହାକୁ ନ ଜଣାଇ ତା’ର ଅନ୍ତିମ ସଂସ୍କାର କରି ଦେଇଥିବା ଘଟଣା ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଝିଅକୁ ଦେଖା କରିବା ପାଇଁ ପରିବାର ଲୋକ ଘରକୁ ଡ଼ାକି ନିଜ ଝିଅକୁ ହତ୍ୟା କରିଥିଲେ । ଏ ନେଇ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ଉଭୟ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୀଡ଼ିତାଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସିର୍ମୌର୍ ଜିଲ୍ଲାରେ ରହୁଥିବା ହିନ୍ଦୁ ଧର୍ମର ଯୁବତୀ ଜଣେ ଅନ୍ୟ ଧର୍ମର ଯୁବକଙ୍କୁ ଭଲ ପାଇ ବସିଥିଲେ । ଘରେ ବିବାହ କରାଇବା ପାଇଁ ରାଜି ନ ହେବାରୁ ଦୁଇ ପ୍ରେମୀଯୁଗଳ ଘରୁ ଲୁଚି ପଳାଇଥିଲେ । ଏ ନେଇ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ପୀଡ଼ିତା ନିଜ ଇଚ୍ଛାରେ ଏହି ନିଷ୍ପତ୍ତିି ନେଇଥିବା କହି ନିଜ ପ୍ରେମିକଙ୍କ ସହ ରହିବା ପାଇଁ କହିଥିଲେ । ଏହି ଘଟଣା ପରେ ଜୁନ୍ ୨୨ରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ । ଏହା ସହ ସେ ତାଙ୍କ ବାପ ଘରେ ବା ଶାଶୁ ଘରେ ରହିବାକୁ ଚାହାନ୍ତି ନାହିଁ ବୋଲି ମଧ୍ୟ କହିଥିଲେ । ଏ ମାମଲାକୁ ଏଡ଼ିଏମ୍ କୋର୍ଟ ପର୍ଯ୍ୟନ୍ତ ନିଆଯାଇଥିବା ବେଳେ ପୀଡ଼ିତା ସେଠାରେ ମଧ୍ୟ ଏହି କଥା କହିଥିଲେ । ଏଡ଼ିଏମ୍ କୋର୍ଟରୁ ବାହାରକୁ ଆସିବା ପରେ ପୀଡ଼ିତାଙ୍କ ପରିବାର ଲୋକେ ତାଙ୍କୁ ଜୋର ଜବରଦସ୍ତ ଗାଡ଼ିରେ ବସାଇ ଘରକୁ ନେଇ ଯାଇଥିଲେ । ଘରକୁ ନେଇ ପୀଡ଼ିତାଙ୍କୁ ମାଡ଼ ମାରିବା ସହ ତାଙ୍କୁ ହତ୍ୟା କରି ଅନ୍ତିମ ସଂସ୍କାର କରିଥିଲେ ପରିବାର ଲୋକେ ।