ରହସ୍ୟଘେରରେ ସେଲଫି ବେବୋ ସିମରନଙ୍କ ମୃତ୍ୟୁ : ପରିବାରର ହତ୍ୟା ଅଭିଯୋଗ ପରେ ଶାଶୁ ଘରର ଦୁଇ ଜଣଙ୍କୁ ପୁଲିସର ନୋଟିସ

ସମ୍ବଲପୁର: ଆଲବମ ଅଭିନେତ୍ରୀ ସିମରନଙ୍କ ମୃତ୍ୟୁ ଘଟଣା ଉପରୁ  ଏଯାଏ ହଟିନି ପରଦା । ସିମରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତାଙ୍କ ଶଶୁର ଘରର ୨ ଜଣଙ୍କୁ ନୋଟିସ କରିଛି ପୁଲିସ । ସିମରନଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଶନିବାର ଜଣେ ପୁଲିସ ଅଧିକାରୀ ନୋଟିସ ନେଇ ବଲାଙ୍ଗୀର ଯାଇଛନ୍ତି । ସିମରନଙ୍କ ମୃତ୍ୟୁ ଘଟଣାରେ ବୁର୍ଲା ଥାନାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି । ସିମରନଙ୍କ ସ୍ୱାମୀ ଯୁଗ ସୁନା ଗିରଫ ହୋଇ ଜେଲରେ ଅଛନ୍ତି ।

ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ସମ୍ବଲପୁର ମହାନଦୀ ପଠାରୁ ସିମରନଙ୍କ ମୃତ ଦେହ ମିଳିଥିଲା । ଡିସେମ୍ବର ୩୧ ରାତିରେ ଘରେ ଜିରୋ ନାଇଟ୍ ସେଲିବ୍ରେସନ, ଜାନୁଆରୀ ୧ରେ ଭବାନିପାଟଣାରେ ଷ୍ଟେଜ୍ ସୋ’ କରିଥିଲେ ସିମରନ୍ । ପ୍ରୋଗ୍ରାମ ପରେ ୨ ତାରିଖ ଦିନ ଘରକୁ ଫେରୁଥିଲେ ସେଲଫି ବେବୋ । ସଂଧ୍ୟା ବେଳେ ପରିବାର ସହ କଥା ମଧ୍ୟ ହୋଇଥିଲେ । ଫୋନରେ ସ୍ୱାମୀ ଅନ୍ୟତ୍ର ବିବାହ କରୁଥିବା ନେଇ ମାଆଙ୍କୁ ଜଣାଇଥିଲେ ସିମରନ୍ । ବ୍ୟସ୍ତ ବିବ୍ରତ ଥିବାରୁ ତାଙ୍କୁ ଘରକୁ ଫେରିବାକୁ କହିଥିଲେ ମାଆ । ହେଲେ ଘରେ ପହଁଚିବା ପୂର୍ବରୁ ୩ ତାରିଖ ସକାଳେ ବୁର୍ଲା ନିକଟ ମହାନଦୀ ବ୍ରିଜ୍ ତଳୁ ମିଳିଥିଲା ସିମରନଙ୍କ ମୃତଦେହ ।

ସମ୍ବନ୍ଧିତ ଖବର