ପତ୍ନୀଙ୍କୁ ଦେହ ବ୍ୟବସାୟରେ ଫସାଇବା ଓ ନିଜ ଛଅ ବର୍ଷର ଝିଅ ଓ ଝିଆରୀର ଯୌନ ଶୋଷଣ କରିବା ଅଭିଯୋଗରେ ଯୁବକକୁ ଜେଲଦଣ୍ଡ

ସିଙ୍ଗାପୁର: ପତ୍ନୀଙ୍କୁ ଦେହ ବ୍ୟବସାୟରେ ଫସାଇବା ଓ ନିଜ ଛଅ ବର୍ଷର ଝିଅ ଓ ଝିଆରୀର ଯୌନ ଶୋଷଣ କରିବା ଅଭିଯୋଗରେ ସିଙ୍ଗାପୁରର ଜଣେ ବ୍ୟକ୍ତିକୁ ୨୫ ବର୍ଷ ଛଅ ମାସ ଜେଲଦଣ୍ଡାଦେଶ ଦେଇଛନ୍ତି ନ୍ୟାୟାଳୟ। ଗତକାଲି ଉଚ୍ଚ ନ୍ୟାୟାଳୟର ଜଣେ ଜଜ୍‌ ଉକ୍ତ ଅଭିଯୁକ୍ତ ଯୁବକକୁ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି। ଉପ ସରକାରୀ ଓକିଲ କହିଛନ୍ତି ଯେ ୨୭ ବର୍ଷୀୟ ଅଭିଯୁକ୍ତ ଲାଉ ଜଣେ ରାକ୍ଷସ। ଲାଉ ନିଜର ପତ୍ନୀଙ୍କୁ ଶାରୀରିକ ଓ ଭାବନାତ୍ମକ ହିଂସାର ଉପଯୋଗ କରି ନିଜର ଯୌନ ସେବାର ବିଜ୍ଞାପନ କରିବାକୁ ବାଧ୍ୟ କରୁଥିଲା।

୨୦୧୬ ମସିହାରେ ମାତ୍ର ତିନି ମାସ ଭିତରେ ଅଭିଯୁକ୍ତର ପତ୍ନୀ ୯୦୦ରୁ ଅଧିକ ପୁରୁଷ ଗ୍ରାହକମାନଙ୍କୁ ଯୌନ ସେବା ଦେଇଥିଲେ। ଉକ୍ତ ଅଭିଯୁକ୍ତ ନିଜର ଛଅ ବର୍ଷର ଝିଅ ପତ୍ନୀଙ୍କ ୧୩ ବର୍ଷର ଝିଆରୀ ସହିତ ବି ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୪ ବେତମାଡ଼ ସହିତ ୧୨ ହଜାର ସିଙ୍ଗାପୁର ମୁଦ୍ରାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର