ଶୌଚ ହେବାକୁ ଆସିଥିବା ୬ବର୍ଷର ଶିଶୁ ୨ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଛଅବର୍ଷର ଶିଶୁ ଦୁଇଜଣ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ପୀଡିତାଙ୍କୁ ଗୁୁରୁତର ଅବସ୍ଥାରେ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ସୂଚନାଯୋଗ୍ୟ, ଶ୍ୟାମଳି(ଛଦ୍ମନାମ) ନାମକ ୬ବର୍ଷର ଏକ ଶିଶୁ ରାତିରେ ଘରୁ ଶୌଚ ହେବାକୁ ଆସିଥିଲା। ଏହି ସମୟରେ ପୂର୍ବରୁ ଲୁଚି ରହିଥିବା ଦୁଇଜଣ ଯୁବକ ଶ୍ୟାମଳିକୁ ଅପହରଣ କରି ନେଇଥିଲେ। ତେବେ ଏନେଇ ପୀଡିତାଙ୍କ ପରିବାରବର୍ଗ ପୁଲିସରେ ଅଭିଯୋଗ କରିଥିଲେ। ଗତକାଲି ପୁଲିସ ଅଧ୍ୟକ୍ଷକ ଏନ୍‌ କୋଲନଞ୍ଚି ଶିଶୁକୁ ଗୁରୁତ୍ୱର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପୀଡିତାଙ୍କ ବୟାନ ରେକର୍ଡ କରିବା ପରେ ପୁଲିସ ଦୁଷ୍କର୍ମକାରୀକୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର