କପି ରୋକିବା ପାଇଁ ଛାତ୍ରୀଙ୍କ ପୋଷାକକୁ କଇଁଚିରେ କାଟୁଛନ୍ତି ଶିକ୍ଷକ

0 490

ରାୟପୁର: ଛତିଶଗଡ଼ର ରାଜନନ୍ଦଗ୍ରାମ ଜିଲ୍ଲାରେ ପ୍ରି ଏଗ୍ରିକଲଚର ଟେଷ୍ଟ (ସିଜିପିଏଟି) ପରୀକ୍ଷାରେ ବସିବା ପୂର୍ବରୁ ଛାତ୍ରଛାତ୍ରୀ କପି ରଖିଛନ୍ତି କି ନାହିଁ ସେନେଇ ଯାଞ୍ଚ ହେଉଥିଲା। ଏହି ସମୟରେ ଜଣେ ଛାତ୍ରୀଙ୍କ ପୋଷାକକୁ ଶିକ୍ଷକ କଇଁଚିରେ କାଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ମାମଲାଟି ମାଇ ୩୧ ତାରିଖର ।

Panda Mobile only

ପ୍ରି ଏଗ୍ରିକଲଚର ଟେଷ୍ଟ ପରୀକ୍ଷାରେ ଚାରି ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜନନ୍ଦଗ୍ରାମର ସ୍କୁଲରେ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀମାନେ ଏକ ଅସ୍ୱଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଯେତେବେଳେ ପରୀକ୍ଷା ନୀରିକ୍ଷକ ଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ଯେଉଁ ପୋଷାକ ପିନ୍ଧି ଆସିଥିଲେ ସେଥିରେ କପି ରଖିଛନ୍ତି କି ନାହିଁ ତାହା ଯାଞ୍ଚ କରିବା ପାଇଁ କଇଁଚିରେ ପୋଷାକୁ କାଟୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ସ୍କୁଲ ଷ୍ଟାଫ୍‌ କହିଥିଲେ କି, କପି ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରାଶାସନରେ ଚହଳ ପଡ଼ିଯାଇଛି। ଏନେଇ ଯାଞ୍ଚ ଆଦେଶ ମଧ୍ୟ ଦେଇ ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.