ଏହି ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ସ୍ୱାମୀଙ୍କ ସହିତ ଖୋଲାରେ ରୋମାନ୍ସ କରିବାକୁ ବାଧ୍ୟ କରାଯାଇଥିଲା

ନୂଆଦିଲ୍ଲୀ: ସୋଫିଆ ହୟାତ ସୋସିଆଲ ମିଡିଆରେ ନିଜର ଫଟୋ ଓ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ପୂର୍ବେ ସୋଫିଆ ବ୍ଲାଦ ଷ୍ଟେନ୍ୟୁଙ୍କୁ ବିବାହ କରିଥିଲେ। ତେବେ ସୋଫିଆ ତାଙ୍କ ସ୍ୱାମୀ ବ୍ଲାଦଙ୍କ ସହିତ ହିନିମୁନ୍‌ ସମୟରେ ଉଠାଇଥିବା ଅତି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ସୋଫିଆ ନିକଟରେ ତାଙ୍କ ଓ ତାଙ୍କ ସ୍ୱାମୀଙ୍କ ସହିତ ଏଭଳି ଏକ ଘଟଣା ଘଟିଥିଲା ଯାହାକୁ ସେ କେବେ ଭୁଲି ପାରିବେ ନାହିଁ ବୋଲି କହି ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି।

ସୋଫିଆ କହନ୍ତି, ‘ଆମେ ଦୁହେଁ ଇଜିପ୍ଟଗସ୍ତରେ ଯାଇଥାଉ। ଖୁବ୍‌ ମଜାମସ୍ତି କରି ବୁଲୁଥାଉ। ଏହି ସମୟରେ ହଠାତ ଜଣେ ବ୍ୟକ୍ତି ମୋତେ ଓ ମୋର ସ୍ୱାମୀଙ୍କୁ ଧରି ନେଇଥିଲା। କେବଳ ଏତିକି ନୁହେଁ ସେହି ବ୍ୟକ୍ତିଙ୍କ ହାତରେ ଏକ ବନ୍ଧୁକ ମଧ୍ୟ ଥିଲା। ସେ ସେହି ବନ୍ଧୁକ ଦେଖାଇ ଆମ ଦୁହିଁଙ୍କୁ ଖୋଲାରେ ରୋମାନ୍ସ କରିବାକୁ ବାଧ୍ୟ କରିଥିଲା। ଆମେ ରାଜି ହୋଇ ନଥିଲୁ। ଏହା ପରେ ସେ ମୋର ସ୍ୱାମୀଙ୍କୁ ତୁମେ ଆରବି କି ନାହିଁ ବୋଲି ପ୍ରଶ୍ନ କରିଥିଲା। ମୋର ସ୍ୱାମୀ ନାହିଁ ଆମେ ଆରବି ନୁହେଁ ବୋଲି କହିଥିଲେ। ଏହାପରେ ଆମେ ସେ ଲୋକ କବଳରୁ କଳେବଳେ କୌଶଳେ ଖସି ଚାଲି ଆସିଥିଲୁ।’

ସମ୍ବନ୍ଧିତ ଖବର