ବାପାକୁ ମରଣାନ୍ତକ ଆକ୍ରମଣ କରି ପୁଅ ଗିରଫ 

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅନ୍ତର୍ଗତ ବଡ଼ଗଡ଼ ଉପର ସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ ହୋଇଛି। ଗିରଫ ଯୁବକ ଜଣକ ହେଲା ସେହି ସାହିର ସୂର୍ଯ୍ୟକାନ୍ତ ସାହୁ ଓରଫ ଟୁନିଆ (୪୮)। ପୁଲିସ ସୂଚନା ଅନୁଯାୟୀ, ଟୁନିଆ ପ୍ରଚୁର ମଦ ପିଇ ତାଙ୍କ ବାପା ଚିନ୍ତାମଣି ସାହୁଙ୍କୁ ଟଙ୍କା ମାଗିଥିଲା। କିନ୍ତୁ ଚିନ୍ତାମଣି ଟଙ୍କା ନ ଦେବାରୁ ଟୁନିଆ ରାଗିଯାଇ ଏକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା। ଚିନ୍ତାମଣିଙ୍କର ହାତରେ ଛୁରୀ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ଚିନ୍ତାମଣି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର