ମା’ଙ୍କ ସହିତ ଦୁଷ୍କର୍ମ ଉଦ୍ୟମ କରି ଜେଲ୍‌ ଗଲା ପୁଅ

0 1,886

ଶାହଜହାନ୍‌ପୁର୍‌: ଉତ୍ତରପ୍ରଦେଶର ଶାହଜହାନ୍‌ପୁର୍‌ରେ ଘଟିଛି ଏକ ଲଜ୍ଜାଜନକ ଘଟଣା, ଯେଉଁଠାରେ କି ଜଣେ ମଦ୍ୟପ ପୁଅ ମଦ ନିଶାରେ ହିତାହିତ ଜ୍ଞାନ ଭୁଲିଯାଇ ନିଜର ଜନ୍ମିତ ମାଆ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟାକରି ଜେଲ୍‌ ଯାଇଛି। ଏହା ମା’ ଓ ପୁଅର ସଂପର୍କକୁ ନେଇ କଳଂକିତ ଅଧ୍ୟାୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଶାହଜହାନ୍‌ପୁର ନିକଟରେ ଅବସ୍ଥିତ ଆରସୀ ମିଶନ୍‌ ଥାନା କ୍ଷେତ୍ର ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମଦ୍ୟପ ପୁଅ ମଦ ନିଶାରେ ନିଜର ଜନ୍ମିତ ମା’କୁ ଜାବୁଡ଼ି ଧରିବା ସହିତ ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ତେବେ ପୀଡ଼ିତାଙ୍କର ବୟାନ୍‌ ଅନୁଯାୟୀ ଶୁକ୍ରବାର ରାତିରେ ଯେତେବେଳେ ତାଙ୍କର ବଡ଼ ପୁଅ ମଦ ପିଇ ଘରକୁ ଫେରିଥିଲେ ,ସେତେବେଳେ ସେ ପୁଅକୁ ମଦ ପିଇବାକୁ ବାରଣ କରିବା ସହିତ ପୁଣିଥରେ ଏପରି ନ କରିବାକୁ ବୁଝାଇଥିଲେ। ହେଲେ ମାଆଙ୍କର ଏହି କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ମଦ୍ୟପ ପୁଅ।

 

ମଦ୍ୟପ ପୁଅଜଣକ ମା’ଙ୍କୁ ଜାବୁଡ଼ି ଧରିଥିଲେ ଓ ଘର ମଧ୍ୟକୁ ଟାଣି ଆଣି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ହେଲେ ମାଆଙ୍କର ଚିତ୍କାର ଶୁଣି ସେଠାକୁ ସାନ ପୁଅ ପହଞ୍ଚିବା ସହିତ ମାଆକୁ ବଡ଼ଭାଇ କବଳରୁ ରକ୍ଷା କରିଥିଲେ । ତେବେ ସେ ଏହା ମଧ୍ୟରେ ସାନଭାଇକୁ ମଧ୍ୟ ମାରପିଟ୍‌ କରିଥିଲେ। ଏହାପରେ ପିତା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ବଡ଼ ପୁଅକୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଛି। ତେବେ ଜେଲ୍‌ ଯିବା ସମୟରେ ମଦ୍ୟପ ପୁଅ ଜେଲ୍‌ରୁୁ ଫେରିଲେ ମାଆଙ୍କ ସହ ସଂପୂର୍ଣ୍ଣ ପରିବାରକୁ ମାରି ଦେବେ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.