ମା’ଙ୍କ ଗଳିତ ଶବ ସହ ରହୁଥିଲା ପୁଅ : ଦୁର୍ଗନ୍ଧ ଆସିବାରୁ ଘଟଣା ସମ୍ନାକୁ ଆସିଲା

କୋଲକାତା : କୋଲକାତାର ବହୂବଜାର ଅଞ୍ଚଳରୁ ଅଭିଶେକ ଦାସଙ୍କ ଘରୁ ତାଙ୍କ ୭୦ ବର୍ଷିୟ ମାଙ୍କ ପଚା ମୃତଦେହକୁ ଉଦ୍ଧାର କରାଯାଇଛି । ବେଶ୍‌ କିଛି ଦିନ ହେବ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲେ ହେଁ ତାଙ୍କ ପୁଅ ଅନ୍ତିମ ସଂସ୍କାର ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ । କିଛି ଦିନ ପରେ ଘରୁ ଯେତେବେଳେ ଭୀଷଣ ଭାବେ ଦୁର୍ଗନ୍ଧ ଆସିଲା ସେତେବେଳେ ପାଖପଡ଼ୋଶୀ ପୁଲିସକୁ ସୂଚନା ଦେଇଥିଲେ ଏବଂ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା।ଏହା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରବିବାର ଗଳିତ ଶରୀରକୁ ଉଦ୍ଧାର କରିବା ସହ ଯୁବକଙ୍କୁ ଗିରଫ କରିଛି ।

punjabkesari.in

ମହିଳାଙ୍କ ମୃତ୍ୟୁର କାରଣ ଏବଂ ସମୟ ଜାଣିବା ପାଇଁ ଯୁବକଙ୍କ ଘରୁ ଉଦ୍ଧାର କରାଯାଇଥିବା ତାଙ୍କ ମାତାଙ୍କ ଗଳିତ ଶବକୁ ଆଟୋପ୍ସି କରିବା ଲାଗି ପଠାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବକ ଜଣଙ୍କ ତାଙ୍କୁ ଘର ମଧ୍ୟକୁ ପଶିବା ପାଇଁ ଦେଇନଥିଲେ । ମହିଳାଙ୍କ ମୃତଦେହ ଉଦ୍ଧାର ପରେ ଜଣା ପଡ଼ିଛି କି ଅଭିଶେଶଙ୍କର ମାନସିକ ଅବସ୍ଥା ଠିକ ରହିନାହିଁ । ଏଣୁ ତାଙ୍କୁ ପୁଲିସ ଜେରା କରିବା ସହ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି ।

ସମ୍ବନ୍ଧିତ ଖବର