ନାବାଳିକା ଝିଅ ସହ ହୋଇଥିବା ଦୁଷ୍କର୍ମର ପ୍ରତିଶୋଧ ନେବା ପାଇଁ ଚର୍ଚ୍ଚର ୬୬ବର୍ଷୀୟ ଧର୍ମ ପ୍ରଚାରକଙ୍କ ଗୁପ୍ତାଙ୍ଗ କାଟିଦେଲେ ବାପା

ନୂଆଦିଲ୍ଲୀ : ସାଉଥ୍‌ ଆଫ୍ରିକାରେ ପ୍ରତିଶୋଧର ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ନାବାଳିକା ଝିଅ ସହ ହୋଇଥିବା ଦୁଷ୍କର୍ମର ପ୍ରତିଶୋଧ ନେବା ପାଇଁ ପୀଡ଼ିତାଙ୍କ ବାପା ଅଭିଯୁକ୍ତ ଧର୍ମ ପ୍ରଚାରକଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ସୋସିଆଲ ମିଡ଼ିଆରେ ପୀଡ଼ିତାଙ୍କ ବାପାଙ୍କ ଏହି କାମକୁ ଲୋକମାନେ ପ୍ରଶଂସା କରିଥିବା ଦେଖାଯାଇଛି । ଏହି ଘଟଣା ପରେ ଅଧିକ ରକ୍ତସ୍ରାବ ହେତୁ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା ।

ଅଦାଲତରେ ଏହି ମାମଲାକୁ ନେଇ ଶୁଣାଣି କରାଯାଉଥିବା ସମୟରେ ପୀଡ଼ିତାଙ୍କ ବାପାଙ୍କୁ ଜାମିନ୍‌ ଦେବା ପାଇଁ ବିଚାରପତିଙ୍କୁ ମନା କରି ଦେଇଥିଲେ । ସୂଚନା ମୁତାବକ, ସେପ୍ଟେମ୍ବରରେ ୯ବର୍ଷୀୟ ପୀଡ଼ିତା ଏକ ଚର୍ଚ୍ଚକୁ ଯାଇଥିବା ବେଳେ ସେଠାକାର ଧର୍ମ ପ୍ରଚାରକ ୬୬ବର୍ଷୀୟ ମେସ୍‌ ମଲ୍‌ଗାସ୍‌ ପୀଡ଼ିତାଙ୍କୁ ଏକା ପାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତା ସବୁ ଘଟଣା ନିଜ ମା’ଙ୍କୁ ଜଣାଇବା ପରେ କଥା ଯାଇ ତାଙ୍କ ବାପାଙ୍କ କାନରେ ପହଞ୍ଚିଥିଲା । ଯାହା ପରେ ସେ ପୁଲିସରେ ଅଭିଯୋଗ କରିବା ପରିବର୍ତ୍ତେ ନିଜ ସ୍ତ୍ରୀ ଏବଂ ଜଣେ ସାଙ୍ଗକୁ ଧରି ଅଭିଯୁକ୍ତକୁ ଖୋଜିବାରେ ଲାଗି ପଡ଼ିଥିଲେ । କିଛି ଘଣ୍ଟା ଖୋଜିବା ପରେ ୩ ଜଣଙ୍କୁ ଅଭିଯୁକ୍ତ ଧର୍ମ ପ୍ରଚାରକ ମିଳି ଯାଇଥିଲେ । ସେମାନେ ଅଭିଯୁକ୍ତକୁ ମାଡ଼ ମାରିବା ସହ ଗୁପ୍ତାଙ୍ଗ କାଟି ଦେଇଥିଲେ । ଅଧିକ ରକ୍ତସ୍ରାବ ହେବାରୁ ୩ଜଣ ଅଭିଯୁକ୍ତକୁ ଧରି ସ୍ଥାନୀୟ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ପୁଲିସ ଅଭିଯୁକ୍ତଙ୍କ ଅବସ୍ଥା ଦେଖି ତୁରନ୍ତ ଡ଼ାକ୍ତରଖାନା ପଠାଇଥିବା ବେଳେ ଡ଼ାକ୍ତର ଅଭିଯୁକ୍ତକୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର