ଇଞ୍ଜିନିୟରଙ୍କୁ ପ୍ରେମ ନିବେଦନ କରି ବିଫଳ ପରେ ପେଟ୍ରୋଲ ଢ଼ାଳି ଜାଳିଦେଲା ଉଦ୍‌ଭ୍ରାନ୍ତ ଯୁବକ

ଚେନ୍ନାଇ:ଚେନ୍ନାଇରେ ଜଣେ ଉଦଭ୍ରାନ୍ତ ଯୁବକ ଜଣେ ୨୨ ବର୍ଷିୟା ଯୁବ ଇଞ୍ଜିନୟରଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଛି। ଯୁବତୀ ଜଣକ ଏଥିରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ମାଆ ଓ ଭଉଣୀ ମଧ୍ୟ ପୋଡ଼ିଯାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ଚେନ୍ନାଇର ଅଦାମ୍ବକମ୍‌ ଅଞ୍ଚଳର ସିନ୍ଧୁଜା ନାମକ ଜଣେ ଯୁବତୀ ଏକ ଆଇଟି କମ୍ପାନିରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ତାଙ୍କୁ ସେହି ଅଞ୍ଚଳରେ ରହୁଥିବା ଆକାଶ ନାମକ ଜଣେ କଲେଜ ଡ୍ରପ୍‌ ଆଉଟ୍‌ ମନେ ମନେ ପ୍ରେମ କରୁଥିଲେ। ଘର ପାଖରେ ହୋଇଥିବାରୁ ଆକାଶ ସିନ୍ଧୁଜାଙ୍କ ଘରକୁ ଆସନ୍ତି ଓ ତାଙ୍କ ପରିବାର ସହିତ କଥାବାର୍ତ୍ତା କରନ୍ତି। ସିନ୍ଧୁଜାଙ୍କ ବାପା ସାନମୁଙ୍ଗମ ଦୁବାଇରେ ଚାକିରି କରନ୍ତି। ତେବେ କିଛିଦିନ ତଳେ ଆକାଶ ସିନ୍ଧୁଜାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଏ ପ୍ରକାର ପ୍ରସ୍ତାବକୁ ସିନ୍ଧୁଜା ଅଗ୍ରାହ୍ୟ କରିଦେଇଥିଲେ। ଇତିମଧ୍ୟରେ ସିନ୍ଧୁଜାଙ୍କ ପରିବାର ପକ୍ଷରୁ ତାଙ୍କ ବାହାଘର ପାଇଁ ପାତ୍ର ଖୋଜାଖୋଜି ଆରମ୍ଭ ହୋଇଥିଲା ଓ ଏଥିପାଇଁ ଏକ ମାଟ୍ରିମେରନିଆଲ ସାଇଟ୍‌ରେ ବିଜ୍ଞାପନ ଦିଆଯାଇଥିଲା। ଏଥିରେ ଆକାଶ ଉତ୍‌କ୍ଷିପ୍ତ ହେବା ସହିତ ସିନ୍ଧୁଜା ଓ ତାଙ୍କ ପରିବାରୁ ଧମକଚମକ ଦେଇଥିଲା। ତେବେ ଗତକାଲି ରାତିରେ ଆକାଶ ସିନ୍ଧୁୁଜାଙ୍କ ଘରକୁ ଆସି ତାଙ୍କ ସହିତ ପାଟିତୁଣ୍ଡ କରିଥିଲା। ଏହି ସମୟରେ ଉତକ୍ଷିପ୍ତ ଆକାଶ ସାଙ୍ଗରେ ଆଣିଥିବା ପେଟ୍ରୋଲ ସିନ୍ଧୁଜାଙ୍କ ଉପରେ ଢ଼ାଳି ନିଆଁ ଲଗାଇ ଦେଇଥିଲା। ସନ୍ଧୁୁଜାଙ୍କୁ ରକ୍ଷା କରିବା ପାଇଁ ତାଙ୍କ ମାଆ ରେଣୁକା ଓ ଭଉଣୀ ନିବେଦିକା ଉଦ୍ୟମ କରି ବାରୁ ସେମାନେ ମଧ୍ୟ ପୋଡ଼ି ଯାଇଥିଲେ। ସିନ୍ଧୁଜା ଓ ତାଙ୍କ ମାଆ ଭଉଣୀଙ୍କ ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିବାକୁ ପଡୋଶୀ ଦୌଡ଼ି ଆସିଥିଲେ। ଏହାର ସୁଯୋଗରେ ଆକାଶ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲା। ମାତ୍ର ପଡୋଶୀମାନେ ତାଙ୍କୁ କାବୁ କରି ନେଇଥିଲେ। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କିଲପକ୍‌ ମେଡିକାଲ କାଲଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ସିନ୍ଧୁଜାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର