ଦୁଷ୍କର୍ମ ଅଭିଯୋଗ ଫେରାଇ ଆଣିବାକୁ ମନା କରିବାରୁ ପୀଡ଼ିତାଙ୍କ ଉପରେ ଏସିଡ୍‌ ମାଡ଼ କଲା ପ୍ରେମିକ

0

ନୂଆଦିଲ୍ଲୀ : ବିିଭିନ୍ନ ପ୍ରକାରର ଆଇନରେ ପରିବର୍ତ୍ତନ ଅଣାଯିବା ସହ ଆଇନକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉ ନାହିଁ । ଦୁଷ୍କର୍ମ ଏବଂ ଅସଦାଚରଣର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗୁରୁବାର ଦିଲ୍ଲୀରେ ସେଭଳି ଏକ ଘଟଣା ଘଟିଛି । ଦୁଷ୍କର୍ମ ଅଭିଯୋଗ ଫେରାଇ ଆଣିବାକୁ ମନା କରିବାରୁ ଦୁଇ ଅଜଣା ଯୁବକ ପୀଡ଼ିତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିବା ସୂଚନା ମିଳିଛି । ପୁଲିସ ଶୁକ୍ରବାର ଖବର ପାଇ ପହଞ୍ଚିବା ପରେ ଆକ୍ରମଣରେ ପୀଡ଼ିତାଙ୍କ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିବା ଦେଖିଥିଲା । ଚିକିତ୍ସା ପରେ ପୀଡ଼ିତା ଘରକୁ ଫେରିଥିବା ଜଣାପଡ଼ିଛି ।

indiatimes.com

ସୂଚନା ମୁତାବକ, ପୀଡ଼ିତା ଏବଂ ଅଭିଯୁକ୍ତ ଏକା ସାଙ୍ଗରେ କାମ କରୁଥିଲେ । କାମ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିନ୍ତୁ ପରେ ପୀଡ଼ିତା ବିବାହ ପାଇଁ ମନା କରିବାରୁ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଚୁପ୍‌ ନ ରହି ପୀଡ଼ିତା ପୁଲିସରେ ଅଭିଯୋଗ କରିବାରୁ ଅଭିଯୁକ୍ତ ରାଗରେ ତାଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.