ଭିଜିଲାନ୍‌ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍‌ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ। ବରିଷ୍ଠ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀଙ୍କୁ ଲାଂଚ ନେବା ଅଭିଯୋଗରେ ଖୋର୍ଦ୍ଧା ଭିଜିଲାନ୍‌ସ ଗିରଫ କରିଛି। ଡୁବୁରିରୁ ୯୬ ହଜାର ୫ଶହ ଟଙ୍କା ନେଇ ଫେରିବା ବେଳେ ତାଙ୍କୁ ଭିଜିଲାନ୍‌ସ ଧରି ନେଇଥିଲା। ଖଣ୍ଡଗିରିରେ ଚେକିଂ ଚାଲୁଥିବା ବେଳେ ସେ ଧରାପଡିଥିବା ଜଣାପଡିଛି । ଅନ୍ୟପଟେ ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ଏବଂ ଏହି ଟଙ୍କା ତାଙ୍କ ବ୍ୟକ୍ତିଗତ ଅର୍ଥ ବୋଲି ସଫେଇ ଦେଇଛନ୍ତି ହାଡିବନ୍ଧୁ।

ଏହି ଘଟଣା ସାମ୍ନାକୁ ଆସିବା ପରେ ହାଡିବନ୍ଧୁଙ୍କ ଘରେ ରେଡ କରାଯାଇଛିା ଆଉ ଏହି ସର୍ଚ୍ଚ ଅପରେସନରେ ଅନୁଗୁଳରେ ଗୋଟିଏ ପ୍ଲଟ, ଖଣ୍ଡଗିରିରେ ଗୋଟିଏ ଘର, ୪୪୨ ଗ୍ରାମର ସୁନା ଗହଣା, ୧୦ ଗ୍ରାମର ସୁନା କଏନ, ୧ କିଲୋରୁ ଅଧିକ ରୂପା, ଟ୍ରାଭେରା, ଦୁଇଟି କାର, ଗୋଟିଏ ସ୍କୁଟି ଜବତ ହୋଇଛି। ସେହିଭଳି ବିଦେଶ ଯାତ୍ରାର ଟିକେଟ ମଧ୍ୟ ଜବତ କରିଛି ଭିଜିଲାନ୍‌ସ।

ଏହାଛଡା ଜବତ ହୋଇଥିବା ୧ କୋଟି ୩୬ ଲକ୍ଷ ଟଙ୍କା ସମ୍ପତିର ହିସାବ ଦେଇ ପାରି ନାହାନ୍ତି ହାଡିବନ୍ଧୁ । ଏନେଇ ଭିଜିଲାନ୍‌ସ ପକ୍ଷରୁ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର