ରୋଗୀ ବନି ଆସିଥିବା ଯୁବତୀ ଡାକ୍ତରଙ୍କୁ ଦେଲା ଏମିତି ଯନ୍ତ୍ରଣା କି ଚାରି ଦିନ ପରେ ଜଣାପଡ଼ିଲା 

0 879

ନୂଆଦିଲ୍ଲୀ: ଦିଲ୍ଲୀର ନନ୍ଦନଗରିରେ ଜଣେ ଯୁବତୀ ଡାକ୍ତରଙ୍କ କ୍ଲିନିକ୍‌ରୁ ଆଠଲକ୍ଷ ଟଙ୍କା ଚୋରି କରି ନେଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରୋଗୀ ବନି ଆସିଥିବା ଯୁବତୀ କିପରି ଏହି ଚୋରି କଲେ ଡାକ୍ତର କୌଣସି ବି ସୁରାଖ ପାଇ ନଥିଲେ। ଚାରି ଦିନପରେ ଡାକ୍ତରଙ୍କୁ କୌଣସି ଏକ କାମରେ ଟଙ୍କାର ଆବଶ୍ୟକତା ପଡ଼ିଲା, ତେଣୁ ସେ ଟଙ୍କା ପାଇଁ ଆଲମାରି ଖୋଲିଥିଲେ। ଡାକ୍ତର ଆଲମାରି ଖୋଲି ଦେଖିଲା ବେଳକୁ  ସେଥିରେ ଗୋଟିଏ ବି ଯଙ୍କା ନଥିଲା, ତାଙ୍କ ପାଦ ତଳୁ ମାଟି ଖସିଗଲା ପରି ଅନୁଭବ ହେଇଥିଲା। ସେ କ’ଣ କରିବେ କିଛି ବୁଛି ବିଚାରି ପାରି ନଥିଲେ।

Panda Mobile only

କିଛିଦିନ ପରେ ତାଙ୍କ କ୍ଲିନକ୍‌କୁ  ଆସିଥିବା ଜଣେ ଯୁବତୀଙ୍କ ଉପରେ ସନ୍ଦେହ ହୋଇଥିଲା। ଏହି ସନ୍ଦେହ ଆଧାରରେ ସେ ଯୁବତୀଙ୍କୁ ପଚରାଉଚରା କରିବା ସହିତ ଧମକ ମଧ୍ୟ ଦେଇଥିଲେ। ଏହାପରେ ଯୁବତୀ ଚୋରି କରିଥିବା ସ୍ୱୀକାର କରିଥିଲେ। କିନ୍ତୁ ଏଯାବତ୍‌ ସେ ଡାକ୍ତରଙ୍କୁ ଟଙ୍କା ଫେରାଇ ନଥିବା ନେଇ ପୁଲିସ ଷ୍ଟେସନ୍‌ ପହଞ୍ଚି ଅଭିଯୋଗ କରିଛନ୍ତି ଡାକ୍ତର। ଉକ୍ତ ଯୁବତୀଙ୍କ ବୟସ ୨୩ବର୍ଷ ପାଖାପାଖି ହେବ।

ସୂଚନାମିଳିଛି କି, ସେ ନିଜ ଚିକିତ୍ସା ପାଇଁ ଅନେକ ଦିନ ହେବ ଏହି କ୍ଲିନିକ୍‌କୁ ଆସୁଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଦୁଇପକ୍ଷକୁ ନେଇ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.